STORYMIRROR

Alaka Nanda

Fantasy

4  

Alaka Nanda

Fantasy

ଏଲିଏନ କୁ ଚିଠି

ଏଲିଏନ କୁ ଚିଠି

1 min
268

ଏଲିଏନ ଭାଇ ,ସପନେ ଆସିଲୁ ,ନେଇଗଲୁ ମତେ ସାଥେ,

କାନ୍ଧେ ତୋ ବସାଇ ତୋ ରାଇଜକୁ ମୋ ଆଖି ର ପଲକେ।

ଉଡାଜାହାଜ ରୁ ବେଗ ବେଶି ଥିଲା କ୍ଷଣକେ ପହଞ୍ଚି ଗଲୁ,

ବୀରାଦରୀ ତୋର ଆସିଗଲେ ପାଶେ,ଦେଖି କେତେ ଖୁସୀ ହେଲୁ।

ହିଂସା,ଘୃଣା, ରୋଷ କିଛି ତ ନ ଥିଲା,ସଭିଙ୍କ ଆଖିରେ ପ୍ରେମ, 

ଦୁଇ ହାତ ଖୋଲି କଲେ ସତ୍କାର ଖୁସିହେଲା ମନ ମମ।

କି ସୁନ୍ଦର ତୋର ଦେଶ ଏଲିଏନ ,ଖାଲି ଚେହେରା ତମର ଭିନ୍ନ, 

ହେଲେ ତୁମ ପ୍ରେମ, ଭାଇଚାରା ଭାବ କିଣିନେଲା ମୋର ମନ।

ତୋଦେଶ ବୁଲାଇ,କାନ୍ଧ ରେ ବସାଇ ପୁଣି ଛାଡି ଦେଇ ଗଲୁ,

ଯେ ଯାହା କହୁ, ତୁ ସଦା ରହିବୁ ମୋ ମନ ମନ୍ଦିର ରେ,

ମୋ ଚିଠି ପାଇ ପୁଣି ଆସିବୁ ଆଉଥରେ ସପନରେ।


Rate this content
Log in

Similar oriya poem from Fantasy