ଏକାକୀ ଜୀବନେ
ଏକାକୀ ଜୀବନେ
ଏକାକୀ ଜୀବନେ ହାତ ଧରି ଥିଲ
ବିଶ୍ୱାସଯୋଗ୍ୟ ମୁଁ ଥିଲି
ନିରାଶାରେ ତୁମେ ଆଶାର ପୂର୍ଣ୍ଣତା
ଭରି କଲ ଗଳା ମାଳି ।
ଅସୀମ ଅନନ୍ତ ତୁମ ଆତ୍ମିୟତା
ସୋପ୍ନ ଭରିଦିଏ ମନେ
କାହାକୁ ହରାଇ କାହାକୁ ପାଇଲି
ଭୁଲି ଗଲି ସବୁ କ୍ଷଣେ ।
ସରେ ନାହିଁ ରାତ୍ରି ସରେ ନାହିଁ ପ୍ରିତୀ
ସରେ ନାହିଁ ଆମ କଥା
ସରେ ନାହିଁ ଆମ ଅଧୁରା ସ୍ୱପ୍ନର
ଅଧା ଅଧା ପ୍ରେମ ଗାଥା ।
ଯୁଗ ଯୁଗ ଧରି ଅତୁଟ ବନ୍ଧନ
ପ୍ରେମ ଫାଶେ ବାନ୍ଧି ଦେଲ
ଗୋଟିଏ ସୂତା ରେ ବାନ୍ଧିଛ ସଂସାର
ହୁଗୁଳା ତ ନ ଛାଡିଲ ।
ପବିତ୍ର ସମ୍ପର୍କ ପବିତ୍ର ବନ୍ଧନ
ପବିତ୍ରେ ଗଢା ହୃଦୟ
ପବିତ୍ର ମନରେ ମଧୁର ବଚନ
ପରସି କର ନିର୍ଭୟ ।
ମାନ ଅଭିମାନ କରିଥିଲେ ମନ
ମାନ ଭଞ୍ଜନତ କର
ମଧୁର ମିଳନ ଅନୁଭବେ ଦେଇ
ଦେହ ମନ ଶାନ୍ତ କର ।
ଅଭୂଲା ମୁହୂର୍ତ୍ତ ସ୍ମୃତି ହେଇଗଲା
କାହିଁ ଛାଡି ଚାଲିଗଲ
ଆଶାର ପ୍ରଦୀପ ଲିଭି ଗଲା ମୋର
କାହିଁ ଗଲା ତୁମ ଭଲ ।
ଏକାକୀ ଜୀବନେ ହାତ ଧରି ଥିଲ
ଭରସା ରୁ ମୁଠେ ଦେଇ
ଅନ୍ୟ ପ୍ରେମେ ତୁମେ ଏତେ ବଦଳି ବ
ବିଶ୍ୱାସ ତ ପାଉନାଇଁ ।
ହେନା ରାଣୀ ସେନାପତି ।