ଏକ ଭିନ୍ନ ଦ୍ରୁୁଷ୍ଟି
ଏକ ଭିନ୍ନ ଦ୍ରୁୁଷ୍ଟି
ଜଳି, ଜଳି ଯାଏ. ଜୀବନ ସଳିତା..
ସରି ସରି ଯାଏ ଦିନ..
କେହି ଜାଣନ୍ତିନି କେଉଁ ଦିନ ସତେ..
ପୋଡି ଯାଏ ଯଦି ମନ.. (୧)
ଝରି ଝରି ଯାଏ ଝରା ଶେଫାଳି ଟି..
ଫିକା ପଡିଯାଏ ରଙ୍ଗ..
କେହି ବୁଝନ୍ତିନି କାକର ଲୋତକ..
ଧୋଇନିଏ ତାର ସ୍ବପ୍ନ.. ା(୨)
ଦୀପାବଳିର ଉଆଁସି ଅନ୍ଧାରେ.
ଜଳୁଥାଏ କେତେ ଦୀପ..
କୁତ୍ରିମ ଆଲୋକେ ଭୁଲି ଯାନ୍ତି ଲୋକେ..
ମଲା ଜହ୍ନଟି ର ଦୂ8ଖ.. ା(୩)
*********************
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ା
