STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଏକ ଅନନ୍ୟ ସନେଟ

ଏକ ଅନନ୍ୟ ସନେଟ

1 min
194

ମୋ ଦୁଃଖ କିଅବା   ବର୍ଣ୍ଣନା କରିବି      “ଗଣ୍ଡି ଖାଇଯାଏ ଚିନ୍ତା”

ମୋ ଗୃହ ଚରିତ୍ର     ଚିତ୍ର କି ବିଚିତ୍ର        କାରେ କହିବି ଏ କଥା

ମୁଖରା ପ୍ରକୃତି    ଧରି ବୀଣା ପୋଥି         ମଗ୍ନ ମୋର ଏକ ପତ୍ନୀ 

ଆରେକ ଚଞ୍ଚଳା    ସିନ୍ଧୁ ରାଜ ବାଳା   ଖୋଜିଲା ବେଳେ ମିଳେନି ।।


ତ୍ରିଭୁବନ ଜୟି    “ମାଆର”ପୁତ୍ର ମୋର    ଫୁଲ ଧନୁ ଧରି ହାତେ

ହରବର କରେ   ତା ନାମେ ମୋ ପାଶେ   ଆସେ ଅଭିଯୋଗ କେତେ

ତେଣୁ ମୁଁ ଜଳଧି     ଗରଭେ ନିଶ୍ଚଳେ   ଶେଷ ନାଗ ଶଯ୍ୟା ପାରି

ଶୟନ ନିମନ୍ତେ      ଆସିଲି ସିନା ମୁଁ  ପନ୍ନଗାରୀ ରଥ ଚଢି ।।


ବୈନତୟେ ଦୃଷ୍ଟ୍ଵା     ଶେଷ ନାଗ ଗାତ୍ର  ନିତ୍ୟ ହୁଏ ଥରହର

ଶଯ୍ୟାର ଅସ୍ଥିର      ଗତିରେ କେମିତି   କହମୁଁ ହୋଇବି ସ୍ଥିର

ଭାଳି ଭାଳି ନିଜ         ଘରର ଚରିତ୍ର  ହୋଇଲିଣି ଦାରୁଭୂତ

ହେ ଦାରୁ ମୂରତି        ତେବିବି ଶୁଣୁଛ   ଆରତୀ ବିକଳ ଆର୍ତ୍ତ ।।


ତୁମେ ଦାରୁଭୂତ      ମୁରାରୀ ଶ୍ରୀହରି  ମୋ ଜୀବନ ପ୍ରାଣ ପକ୍ଷୀ

ତୋ ଦାସାନୁଦାସ       ପ୍ରଫୁଲ୍ଲ ବିକଳ ନକରିବ ନିରିମାଖି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller