STORYMIRROR

Sunanda Mohanty

Classics Fantasy Thriller

4  

Sunanda Mohanty

Classics Fantasy Thriller

କଳା ଜହ୍ନ

କଳା ଜହ୍ନ

2 mins
221


କଳାଜହ୍ନ ତୁମେ ଚକାନୟନ

ପୂର୍ଣ୍ଣିବ୍ରହ୍ମ ତୁମେ ନୀଳନୟନ

ଭକ୍ତ ମନ ଆକାଶର ଜହ୍ନ

ଝିପି ଝିପି ବର୍ଷାରେ ପର୍ଣ୍ଣ

ନୀଳାଦ୍ରି ବିହାରୀ ଜହ୍ନ ପରି ମନ

ଲାଖିରହେ ଆଖି ଦିବ୍ୟଦର୍ଶନ

ଶ୍ରାବଣୀ ପିଆସୀ ଉଚ୍ଛନ ମନ

ପାଇବାକୁ ନବଯୌବନ ଦର୍ଶନ

ରତ୍ନ ସିଂହାସନେ ଉପବେସନ

ନୀଳଜହ୍ନ ତୁମେ ଶ୍ୟାମଘନ

ଯିବନାହିଁ ଛାଡ଼ି ଗୋପ ବୃନ୍ଦାବନ

ଆଷାଢ଼େ ରଥରେ ମଧୁସୂଦନ

ଟୋପି ଟୋପି ବରଷାରେ ନୀଳଜହ୍ନ

ଘିଡ଼ିଘିଡ଼ି ଶବଦରେ କଳାଜହ୍ନ

ଆଡପ ମଣ୍ଡପେ ଶୁଭ୍ର ଶଙ୍ଖ ଚକ୍ର ଚିହ୍ନ

ବାହୁଡା଼ ଯାତ୍ରାରେ ହଳଦିଆ ପାଟେ ମନ

ନାଲି ଅଧରେ ଗୋଲାପୀ ଓଠରେ କିଣି ମନ

ଭକ୍ତ ଆକାଶରେ ଆଷାଢ଼ୀ ସବୁଜ ଜହ୍ନ

କଳାଗୋବିନ୍ଦ ତୁମ ନୀଳବର୍ଣ୍ଣ

ନୀଳ କାନ୍ତିରେ କରପଲ୍ଲବେ ସୁନା ଜହ୍ନ

ଯାଆନା କାହ୍ନୁ କଳିରେ ଛାଡ଼ି ପୁରୀଧାମ

ଶ୍ରାବଣେ ଶ୍ରାବଣୀ ବାରୁଣୀ ସ୍ନାନ

ଶହେଆଠ ଗରା କଲ ସ୍ନାନ ଜହ୍ନ ଯୋଉଦିନ

ପଟି ଦିଅଁ ଦର୍ଶନ ଦେଲ କଳାଜହ୍ନ ଭଗବାନ

ଟୁପୁ ଟୁପୁ ବରଷାରେ ସୁନା ବର୍ଣ୍ଣ ଜହ୍ନ

ଝିପି ଝିପି ବରଷାରେ ବାରଣ ତୁମ ବେଶ ଦର୍ଶନ

କାଳେ ଆସିଥିବ ରାଧା ଗଉଡ଼ୁଣୀ ଊଣା

 ହେବ ଲଷ୍ମୀମାଆ ସୁନାଝରା ମନରେ ଜହ୍ନ

ଶୀତରେ ସାତରଙ୍ଗ ଓଢଣୀର ବେଶମାନ

ଇନ୍ଦ୍ରଧନୁ ଭିତରେ ଭଗବାନ ବେଶେ ଦିଶ ଜହ୍ନ ଜହ୍ନ

ଖରା ଦିନେ ଚାପ ଖେଳି ନରେନ୍ଦ୍ରରେ ରୂପା ଜହ୍ନ

ବରଷା ଆସିଛି ମୌସୁମୀ ଡାକରେ ଦେଖିବ

 ଅପୂର୍ବ ନବଯୌବନେ କଳା ଜହ୍ନ ରୂପ ଅପଘନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics