STORYMIRROR

Satyanarayan Sahoo

Tragedy Classics Thriller

4  

Satyanarayan Sahoo

Tragedy Classics Thriller

ସାମ୍ରାଜ୍ୟ

ସାମ୍ରାଜ୍ୟ

2 mins
307


ରାଜ୍ୟ କୁ ନେଇଣ ଗଠିତ ହୁଅଇ

ସାମ୍ରାଜ୍ୟ ବୋଲିଣ ତାହା କୁ ଟି କହି ।

ସାମ୍ରାଜ୍ୟ ଅଟଇ ଅତୀତ ର ସ୍ମୃତି 

କାଳ କୋଳେ ସବୁ ଲଭିଛି ବିଲୁପ୍ତି ।

ଯେତେ ଯେତେ ସବୁ ସାମ୍ରାଜ୍ୟ ଧରା ରେ

ରହି ଆସି ଥିଲା ଅତୀତ ଯୁଗ ରେ ।

ଗ୍ରୀକ୍ ସାମ୍ରାଜ୍ୟ ଓ ରୋମ ସାମ୍ରାଜ୍ୟ ର

ସହିତ ବହୁତ ସାମ୍ରାଜ୍ୟ ବାଦ ର ।

ଇଂରେଜ ସାମ୍ରାଜ୍ୟ , ମରାଠା, ମୋଗଲ

ଦ୍ରାବିଡ , ସାମ୍ରାଜ୍ୟ , ବିଲୁପ୍ତ ସକଳ  ।

ଅତୀତ ଭାରତେ ଯେ ଗୁପ୍ତ ସାମ୍ରାଜ୍ୟ

ଅଶୋକ ଶାସନେ  , ସାମ୍ରାଜ୍ୟ ଯେ ମୌର୍ଯ୍ୟ ।

ଏହା ପରେ ହେଲା , ମୋଗଲ , ମରହଟ୍ଟା 

ତତ୍ପରେ ବ୍ରିଟିଶ , କଲା ହଟହଟା।

ମରାଠା ସାମ୍ରାଜ୍ୟ ଶିବାଜୀ ସମ୍ରାଟ

ମୋଗଲ ସାମ୍ରାଜ୍ୟେ ଆକବର ଶ୍ରେଷ୍ଠ ।

ବ୍ରିଟିଶ ସାମ୍ରାଜ୍ୟେ ରାଣୀ ଭିକ୍ଟୋରିଆ

ଅର୍ଦ୍ଧ ଧରା ର ସେ ହେଲେ ବନ୍ଦିନୀୟା ।

ମିଶର , ବାବିଲନ ମେସୋପଟାମିଆ

ପ୍ରାଚୀନ କାଳର ସାମ୍ରାଜ୍ୟ ଦୁନିଆଁ ।

ପଢୁଛି , ସେସବୁ ଜାଣୁଛି କିପରି

ଅତୀତ ଯୁଗରେ ଯାଇଛି ଯା' ଝଡି ।

ସାମ୍ରାଜ୍ୟ ର ମୁଖ୍ୟ ଅଟନ୍ତି ସମ୍ରାଟ

ତାଙ୍କ ହେତୁ ବଢେ ଛନ୍ଦ , କୁଟ , ନାଟ ।

ସାମ୍ରାଜ୍ୟ କ୍ଷେତ୍ର ରେ ଅନ୍ତର୍ଭୁକ୍ତ ଯାହା

ନିର୍ବିଘ୍ନେ ଭୋଗନ୍ତି , ସେହି ସବୁ ଏକା ।

ଯେ କରେ ତାଙ୍କ ର ବିରୋଧ , ବା ବାଧା

କ୍ରୂର ଅତ୍ୟାଚାରେ  ଭାଙ୍ଗି ତା ଆସ୍ପର୍ଦ୍ଧ। ।

ଆପଣା ପ୍ରଭୁତ୍ଵ କରନ୍ତି ଜାହିର

ସାମ୍ରାଜ୍ୟେ ସମ୍ରାଟ ସତେ କି ଈଶ୍ୱର ।


 ଯେତେ ସବୁ ଦ୍ୱେଷ ଆକ୍ଷେପ ର ମୂଳ

ସାମ୍ରାଜ୍ୟ ହିଁ ପୀଡ଼ା ଦିଅଇ ପ୍ରବଳ ।

ସାମ୍ରାଜ୍ୟ ବିସ୍ତାର ନୀତି ରେ ଶାସକ

କରନ୍ତି ପ୍ରତ୍ୟେକ ଧ୍ଵଂସ ର ଉଦ୍ରେକ  ।

ଅପାର ଗର୍ବ ରେ ରହନ୍ତି ଉନ୍ମତ୍ତ

ହତ୍ୟା , ବିଭୀଷିକା ଘଟାନ୍ତି ପ୍ରଭୁତ ।

କମ୍ପେ ଜନ ମନ ପ୍ରାଣ ଓ ହୃଦୟ

ଅତ୍ୟାଚାର ପୀଡ଼ା , ଅତ୍ୟନ୍ତ ନିର୍ଦ୍ଦୟ ।

ବୁଦ୍ଧି , ବୃତ୍ତି ବଣା ହୋଇ ଉଠେ ଚାହିଁ

ପ୍ରକମ୍ପିତ ଚିତ୍ତ ଆତଙ୍କେ କମ୍ପାଇ । 

ବିବିଧ ପ୍ରକାରେ ବର୍ବର ଲୀଳା ରେ

ଅଥୟ ଆକୁଳ ପ୍ରାଣ ନିରନ୍ତରେ ।

ଅଭିମାନ , ଦର୍ପ ସାମ୍ରାଜ୍ୟବାଦୀ ର

ସମାଜ ବ୍ୟବସ୍ଥା କରେ ନାର ଖାର ।

ପୁଲିସ ଜୁଲମ ବଢ଼ି ବଢ଼ି ଚାଲେ

ତୀବ୍ର ପ୍ରତିକ୍ରିୟା ଅସନ୍ତୋଷ ବଢେ ।

ସକଳ ପ୍ରକାର ନୀତି ନିର୍ଦ୍ଧାରଣ

ଶାସକ ଆପଣା ସ୍ବାର୍ଥ ର ପୂରଣ ।

ପାଇଁ କରି ଥାନ୍ତି ଲୋକ ମାନେ ନାନା

ଅସୁବିଧା ଭୋଗୀ , ହୋନ୍ତି ହୀନ ମନା ।

ଶାସକ ମାନେ ହିଁ  ତହିଁ ସାର୍ବ ଭୌମ 

ଆପଣା ଇଚ୍ଛା ରେ କରି ଥାନ୍ତି କାମ ।

ଶିହରୀ ଉଠୁଛି , ଅତୀତ ଶାସନେ

ଯେତେ ସବୁ ଖଳ ଓ ମନ୍ଦ କରମେ ।

ରତ ରହି ଥିଲେ ଶାସକ ସକଳେ

ସାମ୍ରାଜ୍ୟ ବିସ୍ତାର ପିପାସା ବିଭୋଳେ ।

ଘଟାଉଣ ଥିଲେ ନିତି ଅତ୍ୟାଚାର

ଅନ୍ଧ ବିଶ୍ବାସ ର କରି ସେ ବିସ୍ତାର ।

ଲୁପ୍ତ ସବୁ ଏବେ କାଳ ର କବଳେ

କିନ୍ତୁ ଇତିହାସେ ହସେ ଚିର କାଳେ ।



Rate this content
Log in

Similar oriya poem from Tragedy