STORYMIRROR

Priyaranjan Biswal

Abstract Fantasy Others

2  

Priyaranjan Biswal

Abstract Fantasy Others

ଏଇ ବର୍ଷା ବି ଖୁବ୍ ଜଳାଏ

ଏଇ ବର୍ଷା ବି ଖୁବ୍ ଜଳାଏ

1 min
15


ଏଇ ବର୍ଷା ବି ଖୁବ୍ ଜଳାଏ

ହୃଦୟେ ବିରହ ନିଆଁ।

କେମିତି କରିବି ପ୍ରେମ ମୁଁ ଯେ,

ପାଖେ ନାହିଁ ମୋର ପ୍ରିୟା।।


ପ୍ରେମୀ ଆକାଶ ଝରାଏ ଲୁହ

ପ୍ରେମିକା ଧରଣୀ ପାଇଁ।

ଯୁଗ ପରେ ଯୁଗ ବିତେ ସିନା

ମିଳନ ଭାଗ୍ଯରେ ନାହିଁ।।


ହୃଦୟର କୋହ ଘଡଘଡି

ବିଳାପ କରେ ବିଜୁଳି।

ଧରଣୀ ସାଜେ ପ୍ରେମ ପାଗିଳି

ନଭ ଲୁହ ଦେହେ ବୋଳି।।


ପ୍ରେମ ବିରହ ସହି ନପାରି

କରନ୍ତି ଦୁହେଁ ବିଳାପ।

ବନ୍ଯା ବାତ୍ଯା ହୁଏନି ପୃଥିରେ

ଏ'ତ ବିରହ ପ୍ରକୋପ।।


ସୃଷ୍ଟିର ମଙ୍ଗଳ ପାଇଁ ସିନା

ପ୍ରେମଠୁ ଗଲେ ଦୁରେଇ।

ହୃଦୟ କୋହକୁ ଦୁହେଁ କିନ୍ତୁ

ପାରନ୍ତିନି ସେ ଲୁଚେଇ।।


Rate this content
Log in

Similar oriya poem from Abstract