ଏଇ ବର୍ଷା ବି ଖୁବ୍ ଜଳାଏ
ଏଇ ବର୍ଷା ବି ଖୁବ୍ ଜଳାଏ


ଏଇ ବର୍ଷା ବି ଖୁବ୍ ଜଳାଏ
ହୃଦୟେ ବିରହ ନିଆଁ।
କେମିତି କରିବି ପ୍ରେମ ମୁଁ ଯେ,
ପାଖେ ନାହିଁ ମୋର ପ୍ରିୟା।।
ପ୍ରେମୀ ଆକାଶ ଝରାଏ ଲୁହ
ପ୍ରେମିକା ଧରଣୀ ପାଇଁ।
ଯୁଗ ପରେ ଯୁଗ ବିତେ ସିନା
ମିଳନ ଭାଗ୍ଯରେ ନାହିଁ।।
ହୃଦୟର କୋହ ଘଡଘଡି
ବିଳାପ କରେ ବିଜୁଳି।
ଧରଣୀ ସାଜେ ପ୍ରେମ ପାଗିଳି
ନଭ ଲୁହ ଦେହେ ବୋଳି।।
ପ୍ରେମ ବିରହ ସହି ନପାରି
କରନ୍ତି ଦୁହେଁ ବିଳାପ।
ବନ୍ଯା ବାତ୍ଯା ହୁଏନି ପୃଥିରେ
ଏ'ତ ବିରହ ପ୍ରକୋପ।।
ସୃଷ୍ଟିର ମଙ୍ଗଳ ପାଇଁ ସିନା
ପ୍ରେମଠୁ ଗଲେ ଦୁରେଇ।
ହୃଦୟ କୋହକୁ ଦୁହେଁ କିନ୍ତୁ
ପାରନ୍ତିନି ସେ ଲୁଚେଇ।।