"ଏ ଜୀବନ ଏକ ଅଙ୍କା ବଙ୍କା ନଈ "
"ଏ ଜୀବନ ଏକ ଅଙ୍କା ବଙ୍କା ନଈ "


ଏ ଜୀବନ ଏକ ଅଙ୍କା ବଙ୍କା ନଈ
ସୁଖ-ଦୁଃଖ, ହସ-କାନ୍ଦ ଭରା
ଏ ଚଲାପଥରେ
କେବେ ଆସେ ଖରା କେବେ ପୁଣି ଛାଇ l
ହସର ମୁରୁଜ ବୁଣି
ନାଚି ଉଠେ ଏ ଜୀବନ
ପାଇ କେତେ ଖୁସିର ସରାଗ
କାହିଁକି କେଜାଣି ପୁଣି
ଘୋଟି ଆସେ ଏ ଜୀବନେ
ଲୁହ ଭରା ଦୁଃଖର ପରାଗ !
ସ୍ୱପ୍ନର ସଉଧ ଗଢେ
ମନେ ବାନ୍ଧି କେତେ ଆଶା
ସମୟତ ସହେ ନାହିଁ
ଦାଉ ସାଧି ଭାଙ୍ଗେ ବସା l
ଚିହ୍ନା ମୁହଁ ସବୁ ଏଠି
କାଇଁ ହେଇଯାନ୍ତି ପର
ଅଚିହ୍ନା ମଣିଷ ହୁଏ
ପୁଣି ଅତି ଆପଣାର l
ଚିହ୍ନା ଅଚିହ୍ନା ଗଳିରେ
ପୁଣି ହୁଏ ବାଟବଣା
ଅଚିହ୍ନା ତ ଦିଏ ଧୋକା
ଚିହ୍ନା ନଥାଏତ ଜଣା l
ବିଶ୍ୱାସର ଚୋରାବାଲି
ଲୁଚି ଦେଇଦିଏ ଧୋକା
ଭରସାର ମୋହ ଭାଙ୍ଗି
ପୁଣି ଚାଲେ ଏକା ଏକା l
ସ୍ୱାର୍ଥର ମୋହରେ ପଡି
ଭୁଲିଯାଏ ଏ ଜୀବନ
ସମ୍ପର୍କର ମାନେ ସବୁ
ପାଲଟଇ ମୂଲ୍ୟହୀନ l
ଏ ଜୀବନ ନିଃଶ୍ବାସକୁ
କେବେ ନାହିଁତ ଭରସା
ଏଇନେ ହସର ଫୁଆରା
ପୁଣି
ଏଇନେ ଲୁହର ବରଷା l