STORYMIRROR

Dr. Rajib Lochan Panigrahy

Action Classics Fantasy

3  

Dr. Rajib Lochan Panigrahy

Action Classics Fantasy

ଦୁର୍ଗତିନାଶିନୀ ହେ ନ ନିଅ ମେଲାଣି

ଦୁର୍ଗତିନାଶିନୀ ହେ ନ ନିଅ ମେଲାଣି

1 min
150


ଦୁର୍ଗତିନାଶିନୀ ହେ ତୁମେ ଆସିଛ ଧରାକୁ

କରିବାକୁ ପାପୀ ନାଶ

ଦୁଃଖୀ ଜନଙ୍କର ଦୁଃଖ ହରିବାକୁ

ଆସିଛ ତୁମେ ମର୍ତ୍ତ୍ୟ

ବରଷକେ ଥରେ ଭକତ ମନରେ

ରହିଥାଏ ଅପେକ୍ଷା

ଆସିବ ଯେ ତୁମେ ଦୁର୍ଗତିନାଶିବ

ଶାନ୍ତି ଫେରିବ ଧରା

ବେଳୁ ବେଳ ଦୁଃଖ ବଢ଼ି ତ ଚାଲିଛି

ତୁମ ଭକତ ମନରେ

ଆଶା ରଖି ଭକ୍ତ ଜଗିଛି ଲୟ ରଖି

ତୁମ ପାଦ ପଦ୍ମରେ 

ଆସିବ ତୁମେ ନିଶ୍ଚୟ ନାଶିବ ପାପ

ଭକ୍ତଙ୍କୁ ଦେବ ଅଭୟ

ତୁମ ସ୍ତୁତି ଗାନ ପୁରାଣରେ ଧ୍ୟାନ

ଲଗାଇ ଅଛନ୍ତି ସର୍ବେ

ବେଳୁ ବେଳ ରାକ୍ଷସ ପ୍ରକୃତିର ଲୋକ

ବଢୁଛନ୍ତି ଧରାଧାମେ

ଅସୁର ସଂହାରି ସନ୍ଥ ପାଳିଥିଲ ବୋଲି

ଭକତେ ଡାକନ୍ତି ଆତୁରେ

ସ୍ୱଷ୍ଟ ଦିବାଲୋକେ ବିନା ଭ୍ରାନ୍ତିରେ

ମିଳଇ କଷଣ ଏଠି

ରାକ୍ଷସ ଠୁ ବଳି ଅସହ୍ୟ ଯାତନା

ଧରାକୁ ଲାଗଇ ଭାରି

ମା କାତ୍ୟାୟିନୀ ଅମ୍ବିକା ଭବାନୀ

ତୁମେ ହି ଦୁର୍ଗତିନାଶିନୀ

ତୁମେ ସରସ୍ବତୀ ତୁମେ ସିଦ୍ଧିଦାତ୍ରୀ

ତୁମେ ହିଁ ଗତି ମୁକତି 

ରୁହ ଧରାଧାମେ ଯାଅ ନାହିଁ ଫେରି

ଦୁଷ୍ଟ ଦାନଵ ସଂହାରି

ଦୁର୍ଗତିନାଶିନୀ ନ ନିଅ ମେଲାଣି

ପାପର ଭାରାରେ ଧରା ବୁଡ଼ିଲାଣି ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action