ଦୁର୍ଘଟଣା
ଦୁର୍ଘଟଣା
କେତେବେଳେ କିଏ ହେବ ବୃନ୍ତଚ୍ୟୁତ
ପୂର୍ବରୁ ନଥାଏ ଜଣା
ଅସାବଧାନତା ମନ୍ଦ ଅଭ୍ୟାସରୁ
ଘଟିଥାଏ ଦୁର୍ଘଟଣା ।
ହେଲେ ଦୁର୍ଘଟଣା ତୁରନ୍ତ ଚିକିତ୍ସା
ହୋଇଥାଏ ଦରକାର
ଡାକ୍ତରୀ ଚିକିତ୍ସା ଆଗରୁ ଜରୁରୀ
ପ୍ରାଥମିକ ଉପଚାର ।
ମୂଳ ଲକ୍ଷ୍ୟ ଯା'ର ଆହତ ବ୍ୟକ୍ତିର
କଷ୍ଟ ଲାଘବ କରିବା
ଅବସ୍ଥା ଉନ୍ନତି ଘଟିଲେ ତୁରନ୍ତ
ଡାକ୍ତରଖାନାକୁ ନେବା ।
ଯଥା ସମୟରେ ଡାକ୍ତରଖାନାକୁ
ଗଲେ ଦୁର୍ଘଟଣାଗ୍ରସ୍ତ
ଚିକିତ୍ସା ଫଳରେ ଜୀବନ ବଞ୍ଚିବ
ହୋଇବେ ସର୍ବେ ଆଶ୍ବସ୍ତ ।