STORYMIRROR

Debadatta Jena

Romance Tragedy

3  

Debadatta Jena

Romance Tragedy

ଦୁଇଟି ଆଖି.

ଦୁଇଟି ଆଖି.

1 min
222


ତୁମକୁ ଦେଖିବାକୁ କାଳେ 


କିଛି କମ୍ ପଡ଼ିଯିବ, 


ସେଥିପାଇଁ ଦିବ୍ୟଦୃଷ୍ଟି ଲୋଡ଼ା, 


ତୁମକୁ ପରଖିବାକୁ କାଳେ 


କିଛି ନିଅଣ୍ଟ ପଡିବ, 


ସେଥିପାଇଁ ଅନ୍ତଃଦୃଷ୍ଟି ଖୋଜା, 


ସେ ଭବ୍ୟ ସନ୍ଦର୍ଶନେ ନ ରହୁ କିଛି ବାଧା କି 


ପ୍ରତିବନ୍ଧକ, ନ ରହୁ ଅଣଦେଖା, 


ମୋ ଅନ୍ତଃସ୍ଥ ଚକ୍ଷୁରେ,


ଦର୍ଶନେନ୍ଦ୍ରିୟ ତାଜା, 


ଦୁଇ ଗୋଟି ନିରୀହ ଆଖି, ହୁଏ ବ୍ୟାକୁଳିତ, 


ସଦା ସର୍ବଦା, ତୁମକୁ ମୁଁ ଦେଖେ ବାରମ୍ବାର, 


ଲେଖେ ଭବ୍ୟ ଜୀବନ୍ତ କବିତା..! 


ତୁମକୁ ଦେଖିବାକୁ ନିତି, ଶହେ ସଇଁ ତିରିଶି 


ଅୟୁତ ଜୀବକୋଷ ରହେ ନିତ୍ୟ ଉଜାଗର 


ସତେଜ ସଜାଗ, ଅହରହ, 


ପାର୍ଶ୍ଵ, ପରିପାର୍ଶ୍ଵ, ଏକନିଷ୍ଠ ଭାବନା, 


ସେଥିରୁ ଏକ ଶହ ତିରିଶି ଅୟୁତ କୋଷ, 


ପରିମାପକ ଦୈର୍ଘ୍ୟ,ପ୍ରସ୍ତ,


ଅସମାପ୍ତ ସୀମାରେଖା, 


ତୁମର ସେ ବିଭୋର କଳା ଧଳା ରୂପ, 


ମାଧୁର୍ଯ୍ୟ ରହେ ପ୍ରିଜମ୍ ପରି 


ଆଉ ଯେତେ ଅବଶିଷ୍ଟ, 


ନିରେଖେ ତୁମ ସ୍ୱପ୍ନିଳ ରଙ୍ଗ ରୂପ..!


ମୋର ଗୋଟିଏ ଆଖି, ତନଖି ପାରେ ତୁମ ଓ 


ମୋ ସମ୍ପର୍କର ଅସୀମାନ୍ତ ଦୂରତା, 


ଯେତେ ଯେତେ ଆବିଳତା, 


ଆରେକ ମାପୁଥାଏ ତୁମ ମୋ ସମ୍ପର୍କର ସେତୁବନ୍ଧ, 


ଅପର୍ଯ୍ୟାପ୍ତ ଗଭୀରତା, 


ଆମର ସେ ଅସମ୍ଭବ ମଧୁଚନ୍ଦ୍ରିକାରେ ଥାଏ ଯେତେ 


ପୂରକ, କାରକ, ଅନୁପୂରକ, ଅନୁକାରକ, 


ନିଏ ପିରାମିଡର ରୂପ, 


ପ୍ରତିଛବି ଯେବେ ଆଙ୍କେ, ସେ ବନିଯାଏ କେଉଁ ଏକ 


ସୁଦୃଶ୍ୟ କୋଣ ତ ପୁଣି କେବେ 


ନିରାଟ ଅଶାନ୍ତ ବାସ୍ତବତା..!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance