ଦୁଇ ସୌଦାଗର
ଦୁଇ ସୌଦାଗର


ପ୍ରେମ ନଗରୀରେ ଦୁଇ ସୌଦାଗର କେତେ ଦିଆନିଆ ଭାବ,
ରାତି ପାହିଯାଏ ପ୍ରେମ ସରେ ନାହିଁ ନିଆରା ତାର ମହକ
କେତେ ଢାଳି ଥାଏ ଅମୃତର ଝର ଶୁଭ୍ର ଯୋଛନା ସାଥେ।
ପ୍ରିୟତମା ତାକୁ ଆକଣ୍ଠ ଗ୍ରାସ ଇ କେତେ ପ୍ରତୀକ୍ଷାର ଅନ୍ତେ
ଉତ୍ତପ୍ତ ଜ୍ଵାଳାରେ ଦିନ ସାରା କେତେରାଗେ ହୁଏ ଜର୍ଜରିତ
ପ୍ରିୟକୁ ତାହାର ଚାହିଁରହିଥାଏ ପାଇବ ଶୀତଳ ସ୍ପର୍ଶ ।
ଦୂରୁ ଦେଖୁଥାଏ ପ୍ରାଣ ପ୍ରିୟତମ ଅଭିମାନୀ ପ୍ରିୟତମା
ପାହାଡ ସନ୍ଧିରେ ଲୁଚନ୍ତି ଆଦିତ୍ୟ ସଜ ହୁଏ ଆଗମନା
ଶୁଭ୍ର ଯୋଛାନାର ପହିଲି ପରଶ ଭୂତଳେ ପଡ଼ିଲା ଝରି
ମାନ ଅଭିମାନ ଭୁଲିଗଲା
ପ୍ରିୟା ପାନ କଲା ମନ ଭରି ।
ଖୋଲିଲା ପାଖୁଡ଼ା ଅତ୍ୟନ୍ତ ସୁନ୍ଦରୀ ରାଜଜେମା କେଉଁ ଠାର
ମଧୁ ବରଷିଲା ଶୁଭ୍ର ପାଖୁଡ଼ାରେ ସ୍ଵର୍ଗରରାଜ କୁମର
ନିବିଡ଼ ପ୍ରେମରେ ବାନ୍ଧି ହୋଇଗଲେ ସାରାରାତି ପାହିଗଲା
ଶାଶ୍ଵତ ପ୍ରେମ କୁ ଦେଖୁଥିଲା ଜଣେ ମନେ ଈର୍ଷାରେ ଜଳିଲା ।
ତାଙ୍କ ପ୍ରେମ ଦେଖି ନ ପାରେ ସମ୍ଭାଳି ନଭ ରାଇଜେ ଉଇଁଲା,
ରାତି ଯେହ୍ନେ ସରେ ପ୍ରାଚୀ ନଭ୍ କୂଳେ କୁଆଁ ତାରାରୂପ ନେଲା,
ତତ୍ କ୍ଷଣେ ପଡ଼ିଲା ପୂର୍ଣ୍ଣଚ୍ଛେଦ ଟିଏ ପ୍ରେମରେ ପ୍ରତିବନ୍ଧକ
ସରସୀ ଜଳରେ ଲୁଚିଲା କୁମୁଦ ବାଦଲ ସନ୍ଧିରେ ଚାନ୍ଦ ।