STORYMIRROR

Akshayakumar Dash

Children

3  

Akshayakumar Dash

Children

ଦୀପ

ଦୀପ

1 min
231

ସଞ୍ଜକୁ ମା ଚଉରା ମୂଳେ

ଦିଅନ୍ତି ସଞ୍ଜବତୀ

ପ୍ରଣାମ କରି କୁହନ୍ତି ମନେ

ମଙ୍ଗଳ ହେଉ ଗତି।

ମୋ ପରିବାର ସୁଖରେ ରହୁ

ପୁଅଝିଅ ଙ୍କ ହିତ

ବୃନ୍ଦାବତୀ ଦିଅ ସୁବୁଦ୍ଧି

ରଖିଥା ହୋଇ ମିତ।

ସଞ୍ଜ ସକାଳେ ପିତାମାତାଙ୍କୁ

ପ୍ରଣତି କରି ଆମେ

ଦିନଟିଯାକ ହୁଅଇ ଶୁଭ

ଥିଲେଟି ଯେଉଁ କାମେ।

ବାପା ମାଆ ଙ୍କ ଆଶିଷ ଲାଭ

ସନ୍ତାନ ପାଇଁ ହିତ

ଫିଟଇ ବାଟ ପଢ଼ଇ ପାଠ

ଭକତି ଭରା ଚିତ।

ବତାନ୍ତି ଗୁରୁ ସାହିତ୍ୟ ଅଙ୍କ

ବିଜ୍ଞାନ ଇତିହାସ

ସରଳ ମତି ପରିଟି ବତୀ

ହୁଅଇ ପରକାଶ ।

ବତୀ ରୁ ବତୀ ଜଳେଇ କତି

ଅନ୍ଧାର ଦେଉ ଜାଳି

ଆଲୋକ ଶିଖା ପରିକା ଗୁରୁ

ପ୍ରଦୀପ ପୂଜା ଥାଳି ।



Rate this content
Log in

Similar oriya poem from Children