STORYMIRROR

padmaja pati

Action

4  

padmaja pati

Action

ଦିବ୍ୟ ଶୃତି

ଦିବ୍ୟ ଶୃତି

1 min
287

ଶବଦ ଯେତେ ମୁଁ ଶୁଣୁଅଛି ନିତି

ଲାଗେ ତୁମ ସ୍ବର ପରି

କୋଇଲିର କୁହୁ, ଘଡଘଡି ଶୁଣି

ହୃଦୟେ ତୁମକୁ ଝୁରି।


ଜଞ୍ଜାଳରେ ଭରା ମଣିଷ ଜୀବନ

କେବେ ଦେଖେ ଜହ୍ନ ରାତି

କେତେ ହସ ,କାନ୍ଦ, ଆନନ୍ଦ, ଉଲ୍ଲାସ

ଆଣେ,ତୁମ ଉପସ୍ଥିତି।


ଆନନ୍ଦେ ଅଧୀର ସାଗର ଲହରୀ

ତା' ଦେଖି ହସେ ବାରିଧି

ବ୍ୟୋମଯାନ ଗାଏ ବିଜୟ ସଙ୍ଗୀତ

ଡେଣା ମେଲି ନଭ ଭେଦି।


କେତେ ଯନ୍ତ୍ରପାତି, କଳକାରଖାନା

ପକାଏ କାନ ଅତଡା

ଗଳିକନ୍ଦିଠାରୁ ସହର, ବଜାରେ

ଚାଲେ କେତେ ଗାଡ଼ିଘୋଡା।


 ଉଠଇ ପବନ ଉର୍ଦ୍ଧ୍ବକୁ 

 ତୁମର ଆବାହନୀ ମନ୍ତ୍ର ଗାଇ

ଯେତେ ନଦୀ, ନଦୀ, ସବୁଜ ପ୍ରାନ୍ତର

ଦେଶ, ମହାଦେଶ ଛୁଇଁ।


ଅନୁଭବ କରେ ସବୁରି ଭିତରେ

ରହିଛି ଚିର ସଙ୍ଗତି

ସୁଶୋଭିତ ସୃଷ୍ଟି ହୋଇଛି ସମ୍ଭବ

ହେ ଅମ୍ଳାନ ଦିବ୍ୟ ଶୃତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action