ଅଙ୍ଗାର
ଅଙ୍ଗାର
ଅଙ୍ଗାର ଅଟଇ ଅତୀବ ବିକଟ
ଅଗ୍ନି ସଂଯୋଗ ରେ ତାହା
ଅମଳିନ କାନ୍ତି କରିଣ ଧାରଣ
ଆଭାସେ ଆପଣା ବିଭା ।
ଅଙ୍ଗାର ଗରଭୁ ମିଳେ ନାନା ଠାବୁ
ଅମୂଲ୍ୟ ଦିପ୍ତ ରତନ
ଆପଣା ଔଜଳ୍ୟେ ନିତି ଯାହା କରେ
ଆକର୍ଷିତ ଜନ ମନ ।
ଅତୁଳନ ବିଭା ଅସୀମ ପ୍ରତିଭା
ଅଙ୍ଗାର ଆଣଇ ଭବେ
ଆଚମ୍ବିତ ଲାଗେ ଆହା କି ସରାଗେ
ଅସୀମ ଭାବ ବିଭବେ ।
ଆକୃତି ପ୍ରକୃତି ଅନୁପମ କାନ୍ତି
ଅଙ୍ଗାର କ୍ଷୁଦ୍ର ଅଙ୍ଗରେ
ଆଲୋକିତ ହୋଇ ଆଭା ପ୍ରକ।ଶଇ
ଅଗ୍ନି ସଙ୍ଗେ ସଂଯୋଗରେ ।
ଅସଂଖ୍ୟ ଭାବ ରେ ଅନେକ ଉପୟେ
ଅମଳିନ କରିବାକୁ
ଅଙ୍ଗାର ଖଣ୍ଡ କୁ ଆଣି ଧୋଇ ବାକୁ
ଆୟାସେ କି ସେ ମଳକୁ ।
ଅଛି ପରିହରି ଅବସ୍ଥା ତାହାରି
ଅପରି ବର୍ତ୍ତିତ ସ୍ଥିର
ଅମ୍ଳ ଅବା କ୍ଷାର ଅର୍ପଣେ ଅକ୍ଷର
ଅଜବ ଚିଜ ଅଙ୍ଗାର ।
ଅମ୍ଳାନ ନ ହୁଏ ଅଯଥା ଗରବେ
ଅଙ୍ଗାର ପରାଏ ଖଳ
ଆପଣା ସ୍ବଭାବ ଆଦରି ରହଇ
ଅଗ୍ନିରେ ଦିଶେ ଅମଳ ।
