ଜୀବନ ସଂଗ୍ରାମର କିଛି ସ୍ମୃତି
ଜୀବନ ସଂଗ୍ରାମର କିଛି ସ୍ମୃତି
ଅତିକ୍ରମ କରି ଆସିଛି ପିଲା ଦିନରୁ ଆଜି ପର୍ଯ୍ୟନ୍ତ ମୁଁ ରାସ୍ତା ଅନେକ ଉତଥାନ ପତନର
ଭାଇମାନଙ୍କ ମଧ୍ୟରୁ ବଡକୁ ବାପା ସଦା ଚେଷ୍ଟା କରନ୍ତି ଖୁସିରେ ରଖିବାକୁ ଅଧିକରୁ ଅଧିକତର ।
ବୋଉ ତ ସମସ୍ତଂକୁ ଭଲ ପାଏ, ସୁବିଧା ଯୋଗାଏ ଯାହା ମିଳୁଥାଏ ଘର ଭିତର
ପିଲାଦିନର, ପଢା ସମୟର ସାଙ୍ଗ ସାଥି ଆଜି ପର୍ଯ୍ୟନ୍ତ ସାଥି ହୋଇ ତ ଅଛନ୍ତି ମୋର ।
ବିଶ୍ୱାସଘାତକତାର ଚରମ ନିଦର୍ଶନ ପାଇଲି ଓକିଲାତିର ବନ୍ଧୁ ସହଯୋଗୀ ଯେତେ ମୁଁ ଦେଖିଛି
ହଟିନି କେବେ କରନ୍ତୁ ହରକତ ପଛେ, ଯେତେ ସବୁ ବାଘ ଭାଲୁଙ୍କର ହେଣ୍ଟାଳ ରଡ଼ି ଶୁଣି ଆସିଛି ।
ଗୁରୁମାନଂକଠାରୁ ଶିଖିଥିଲି ଜୀବନ ସଂଗ୍ରାମରେ ହାରିବିନି ଅଭିମାନ କରି ମୋ ମନ ଭିତର
ବିଶ୍ଵାସର ବ୍ୟାସାସନେ, କେ ଦେଖୁ ନଦେଖୁ, ପାଇଛି ଅଭିନୟ, ବଂଚି ପାରିଛି ଥିଲା ବଳ ସାଧନାର ।
ଅନୁଶାସନର ଅନୁଶୀଳନରେ ଅଭିମନ୍ତ୍ରିତ ହୋଇଛି, ଜୀବନ କଟାଉଛି ଗୀତିକା ମାଆ ମାଟି ପାଇଁ ଗାଇ
ପ୍ରେମମୟ ପୃଥିବୀ ପାଇଁ ସୁଖର ଛବି ଆଙ୍କିବାକୁ ଶପଥ ନେଇଛି ଭାବର ପସରା କୋଳେଇ ନେଇ ।
ଘରଠୁ ବାହାର ଦୁନିଆଁ, ବନ୍ଧୁ ସହଯୋଗୀ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଯେଉଁମାନେ ମୋତେ ଶିକ୍ଷାଦାନ କଲେ
ଜୀବଜଗତରୁ ଜଡଜଗତ ସମସ୍ତେ ମୋର ଗୁରୁ ଯେଉଁ ମାନେ ମୋ ପ୍ରାଣକୁ ପୁଲକିତ କଲେ ।
ନ୍ୟାୟ ନୀତି ଆଚରଣେ ସଂସ୍କୃତି ଶିକ୍ଷା ଦୀକ୍ଷା ହେବ ତ ସୁରକ୍ଷା ଏ ନୀତି ମୋ ଗୁରୁମାନେ ମୋତେ ଦେଇଛନ୍ତି
ମୋର କୋଟି ଦଣ୍ଡବତ ଯେଉଁମାନେ ମୋତେ ଜୀବନ୍ ମନ୍ତ୍ରରେ ଅଭିମନ୍ତ୍ରିତ କରି ଏତେ ବାଟ ଆଣିଛନ୍ତି ।
ବନ୍ଧୁତାରେ ଯେଉଁମାନେ ଭରଷା ତୁଟେଇଲେ, ଜୀବନ ଥିବା ଯାଏଁ ମୋର ମନେ ରହିଥିବ
ପାଇନାହିଁ ପ୍ରାପ୍ୟ ମୋହର, କରିନି ମନ ମୋ ଉଣା, କିନ୍ତୁ ଛଳନା ସବୁକୁ ମନରୁ ଭୁଲି ନହେବ ।
