ପ୍ରସିଦ୍ଧ ପରବ
ପ୍ରସିଦ୍ଧ ପରବ
ରାକ୍ଷୀ ପୂର୍ଣ୍ଣୀମା ଯେ ପ୍ରସିଦ୍ଧ ପରବ
ଅଟଇ ଆମ ଦେଶର
ପୁରଣାଦି ଶାସ୍ତ୍ରେ ବିସ୍ତୃତ ମହିମା
ବର୍ଣ୍ଣନାରେ ଭରପୁର ।
ଭାବର ବନ୍ଧନ ଏହି ଭାବେ ନିଏ
ପ୍ରତି ଜନମନ ମୋହି
ପ୍ରୀତିର ପୁରବୀ ସ୍ରୋତ ଧାରେ ପ୍ରାଣ
ପ୍ଲାବିତ ଯାହା କରଇ ।
ଭାରତୀୟ ସଂସ୍କୃତିକ ଗରିମାର
ଗାଥା ଗୌରବକୁ ଗାଇ
ପ୍ରତି ପ୍ରାଣେ ସ୍ନେହ ପ୍ରେମ ଶ୍ରଦ୍ଧା ଆଉ
ଆଦର ଦିଏ ଓଜଡ଼ି ।
ପୁରାଣରେ ବଳୀ, ଠାରୁ ଇତିହାସେ
କର୍ଣ୍ଣାବତୀ , ହୁମାୟୁନ
ପରି ବହୁବିଦ୍ଧ ପ୍ରଚଳି ତ କଥା
କିମ୍ବଦନ୍ତୀ , ଉପାଖ୍ୟାନ ।
ଉପନ୍ୟାସ କାବ୍ୟ ଗୀତ ଓ କବିତା
ସାହିତ୍ୟକ ସାଂସ୍କୃତିକ
ଗାଥା ଓ କାହାଣୀ ନିଏ ମନ କିଣି
ଗଳପ ଆଉ ନାଟକ ।
ସବୁ ଠାରେ ଭରା ରାକ୍ଷୀର ମହିମା
ଆଲେକଜାଣ୍ଡାର ଙ୍କର
ପୁରୁ ରାଜା ଥିଲେ ପ୍ରାଣ ରକ୍ଷା କରି
ପାଇ ସେବେ ରାଖୀ ଭାର ।
ଏସନ ଉପାୟ କରିଣ ବିଜୟୀ
ହୋଇ ଥିଲେ ଗ୍ରୀକବୀର
ସମର , ସାହିତ୍ୟ ସାଂସ୍କୃତିକ ଭାବ
ସବୁ ଠାରେ ଭରପୁର ।
କଳା , ବିଦ୍ୟା ବୁଦ୍ଧି , ଚିତ୍ର କାରିଗରୀ
ସବୁଠି ରାକ୍ଷୀ ପୂର୍ଣ୍ଣିମା
ପ୍ରସିଦ୍ଧ ପରବ ଭାବେ ଭାରତୀୟ
ସଂସ୍କୃତିରେ ସ୍ୱଗାରୀମା ।
ସୁପ୍ରଚୀନ କାଳୁ ପ୍ରତିଷ୍ଠିତ କରି
ଆସି ଅଛି ଆଜି ଯାହା
ଭାବର ବନ୍ଧନ ପ୍ରସିଦ୍ଧ ପରବ
ଶ୍ରାବଣ ପୂର୍ଣ୍ଣିମା ତାହା ।
