STORYMIRROR

Akshayakumar Dash

Action Others Children

4  

Akshayakumar Dash

Action Others Children

ଦେଖିଥିବା ନଈ ବଢି

ଦେଖିଥିବା ନଈ ବଢି

1 min
344


ଉପର ମୁଣ୍ଡରେ ବରଷାର ଧାରା 

ନଈକୁ ଆସଇ ଗଡି,

ରଚନା ଖାତାରେ ଲେଖୁଥିଲି ବସି

ଦେଖିଥିବା ନଈ ବଢ଼ି ।


ରାଗିଯାଇ ମୁଁହ ଫୁଲେଇ ତା ଦେହ

ମାନେନାହି ବନ୍ଧ ବାଡ,

ସୁଅ ମୁହେଁ ଭାସେ ଚାଳ ଛପରଟି 

ଲଳିତା ଉପରେ ମାଡ।


ବନ୍ଧ ବାଡ ଭାଙ୍ଗି ଲଂଘି ତା ମର୍ଯ୍ୟାଦା

ଫୁଙ୍ଗୁଳା ଦେହରେ ମାତି,

ଡୁବେଇ ରଖଇ ଘର ବାଡ଼ି ଜମି

ଅକାତକାତ ତାଛାତି।


ଚରି ଯାଏ ବାଲି ଯେବେ ଯାଏ ଚାଲି

ଚାରିଆଡ ଲାଗେ ଖାଲି

ଅଶାନ୍ତ ରୂପରେ ମାନେନାହି ଲଜ୍ୟା

ସତେକି ସେ ମହାକାଳୀ।


ଗାଈଗୋରୁ ପଶୁ ମଣିଷ ଜୀବନ

ପଥର ତଳର ଘାସ,

ଶାନ୍ତ ହୋଇଗଲେ ତା ମୁଣ୍ଡରୁ ପିତ

ସୋଇପଡେ଼ ମାସ ମାସ।


ଗୋଳିଆ ତା ଜଳ ହୁଏ କାଚକେନ୍ଦୁ

ବରଷାମାସ ହଟିଲେ,

ସତେକି ଆଦର କରେ ମାଆ ପରି

ତା ପାଖେ ଦିନ କଟିଲେ।


ତା ପାଣି ତଳକୁ ବହି ଯାଏ ସଦା

ଦିନରାତି ଧୀରେ ଧୀରେ,

କେତେ ଜୀବ ଜନ୍ତୁ ଗଛଲତା ମାନ 

ଆଶା ରଖି ତୀରେ ତୀରେ।


ରୂପା ବାଲୁକାରେ ଅମୃତା ତଟିନୀ 

ମନ୍ଦାକିନୀ ହାର ପରି,

ଧରିତ୍ରୀ ମାତାଙ୍କ ଗଲାର ମାଲିଟି

କାଳ କାଳ ଶୋଭା ଧରି।


ତାକୋଳରେ ବଢି ଆମେସବୁ କଢ଼ି

ସେଇଠାରେ ଶବ ପୋଡ଼ି,

ଦୁଃଖ ସୁଖ ଦୁଇ କୂଳ ଲଙ୍ଘି ଦିନେ 

ବିଦା ହେବା ମୁଁହ ମୋଡ଼ି।


ଉଚ୍ଚ,ନୀଚ,ଧନୀ,ଦରିଦ୍ର, ସମାନ

ମାନି,ଜ୍ଞାନୀ, ମୁନି, ଯୋଗୀ ,

ଆଦରରେ ଉଣା କରେନି କାହାକୁ

ଜଳ କଳୁଷିତ ଭୋଗୀ।


ଯେବେ ଠାରୁ ନଈ ଯାଉଅଛି ବହି

କେତେ ପଦ ଚିହ୍ନ ମାନ,

ସବୁ ଦେଖିଅଛି କୁହେନାହିଁ କିଛି 

ପ୍ରକୃତିର ମହା ଦାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action