STORYMIRROR

Akshayakumar Dash

Action Inspirational Others

4  

Akshayakumar Dash

Action Inspirational Others

ଗୃହ

ଗୃହ

1 min
405


ବାଲି ସିମେଣ୍ଟବି ଲୁହା ଛଡଯୋଡି

ବନାଗଲା ଘର ଗୋଟି,

ପାଣି ଦିଆଗଲା କଂକ୍ରିଟ ଇଟାରେ

ମିସ୍ତିର ମୁଲିଆ ଜୋଟି ।


ବିଦୂତ ସଂଯୋଗ ଜଳ ନିଷ୍କାସନ

ଗୋଟେ ପରେ ଗୋଟେ କରି,

କାଠ କାମ ସବୁ ଝରକା କବାଟ

ରଙ୍ଗ ଲାଗିଗଲା ପରି  ।


ଶୁଭଦିନ ଦେଖି ପୁରୋଧା ଙ୍କୁ ଡାକି 

ପ୍ରତିଷ୍ଠା ହୋଇବ ଯେବେ,

ଘର ଟିଏ ଏବେ ମନ୍ଦିର ପରି 

ପରିବାର ଲୋକେ ତେବେ ।


କଥାରେ କୁହନ୍ତି ଘରଟିକୁ ଗଢି

ଅଭିଜ୍ଞାତା ମିଳେ କେତେ,

ଯୋଗାଡ଼ କରନ୍ତି ଧନ ଜନ ମନ

ବାଧାକି ବିପତି ଯେତେ ।


ସହଯୋଗ ଆଉ ସହାନୁଭୂତିର

ଘର ଆମ ସେତୁ ପରି,

କାଳ କାଳ ପରି ପରିବାର ଧରି 

ଆଶ୍ରୟ ଘରଟି କରି ।


ଶାନ୍ତିର ଖମ୍ବ ସହଯୋଗ ଇଟା

ଦାନ ଧର୍ମ ଅଗ୍ନି ଜଳ,

ପରିଷ୍କାର ମନ ପବିତ୍ରତା ରଙ୍ଗ 

ସୁନ୍ଦରତା ଘର ବଳ ।


ଅତିଥି ସତ୍କାର ଘରର ମଯ୍ୟାଦା

ଲକ୍ଷ୍ମୀ ଫୁଲଫଳ ବାଡ଼ି,

ତୁଳସୀ ଚଉରା ମା ସେ ମଙ୍ଗଳା

ସାହା ହୁଏ ଗୋଡ କାଢି ।


ପଶୁ ପକ୍ଷୀ ରାବ ନବ ଗ୍ରହ ଠାବ

ଆରାଧ୍ୟ ଦେବତା ପୂଜା,

ଠାକୁର ଘରରେ ଗୀତା ଭାଗବତ

ପାଠ କରି ଦଶଭୁଜା ।


ଇନ୍ଦ୍ରିୟ ମାନଙ୍କୁ ବସ କରିବାକୁ

ଗୃହିଣୀ ର ଧର୍ମ କର୍ମ,

ଘର ଟିଏ ଗଢି ପାରିଲେ ଜୀବନେ

ମାନବ ସାର୍ଥକ ଧର୍ମ ।


Rate this content
Log in

Similar oriya poem from Action