ଜୀବନମନ୍ତ୍ର
ଜୀବନମନ୍ତ୍ର
ଭାବ ଥରେ ଜୀବନ ପଥରେ ପାଳନ କରି
ତୁମ ନୀରବତା
ନିଶ୍ଚିତ ତୁମ ମନରେ ଆସିବ କେତେ ସବୁ
ସ୍ମୃତି ଓ କଥା ।
ଅଜବ ଦୁନିଆଁ, ବିଜୟୀର ପଛେ ଲାଗିଥାଏ
ସଦା ଧାଉଡି,
ପରାଜିତ ହେଲେ, ଆପଣା ଲୋକେ ବି ଦିଅନ୍ତି
ହାତକୁ ଛାଡ଼ି ।
ଜଣେନି କେହି କାଲି ସକାଳର ସୂର୍ଯ୍ୟ ସତରେ
ଦେଖିବ କି ନାହିଁ
କାଲି ଜଣକର ଖାଦ୍ୟ ମିଳିବକି କି ନାହିଁ ତାହା
ଜଣା ନାହିଁ ।
ଜୀବନରେ କେତେ କେତେ ଅଭିଳାଷ ରହି
ଥାଏ ତ ମନରେ
ଆଶା ଅସୁମାରି, ଅଛିଣ୍ଡା ଗଣିତ ପରି ଜୀବନକୁ
କବଳିତ କରେ ।
ଅହଂକାରର ପୋଷାକ ପିନ୍ଧି ଅନ୍ୟକୁ ନିଜ ପାଇଁ
କଥାରେ ଭର୍ତ୍ସନା ଦିଏ
ବନ୍ଧୁ ଶତୃତା ର କିତାବରେ ଆଖିରେ ନିଆଁ ଝୁଲ
ତାର ଭରିଥାଏ ।
ସମୟର କରାଳ ଗର୍ଭରେ କିଛି କିଛି ମନର ସପନ
ସଫଳ ହୋଇଥାଏ
ମରୁର ପଥିକ ପରି କେବେ ସ୍ଵପ୍ନ ହଜିଗଲେ ସେ
ମୃଗତୃଷ୍ଣା ପରାୟ ହୁଏ ।
ସକାଳରୁ ସଞ୍ଜ ସ°ସାରର ବୋଝ ବୋହି ବୋହି
ମଣିଷ ପାଏ ଯନ୍ତ୍ରଣା
ଲୁହ କୋହ ଚାପି ହସି ହସାଇବା ପାଇଁ ବବେକ
ଠୁ ଖୋଜେ ମନ୍ତ୍ରଣା ।
କିଛି କିଛି ସ୍ମୃତି ସମ୍ଭାଳେ ମନୁଷ୍ୟକୁ ଯାହା ଥିଲା
ତା ପାଇଁ ଦିନେ ମିଠା,
ସମୟରୂପୀ ମାୟା ମିରିଗର ଛଳନା ନବୁଝି ରଚଇ
ପ୍ରଳୟ, ବୈଶାଖୀ ଝଡର ରକ୍ତଛିଟା ।
ଶାନ୍ତି ଖୋଜିଲେ ଶାନ୍ତି କି ପାଇବ, ନଜାଣିଲେ ଜଣେ
ରଙ୍ଗହୀନ ସ୍ଵାଦହୀନ ସମୟକୁ
ଛାତି ତଳେ ଚାପି ନିରାଶାର ତିମି, ନଖୋଜି ବାଟ
ଆଶାର ଆଲୋକରୂପୀ ଦୀପ ଶିଖାକୁ ।