STORYMIRROR

Satyanarayan Sahoo

Abstract Action Children

4  

Satyanarayan Sahoo

Abstract Action Children

ଭାଇ ଭଉଣୀ

ଭାଇ ଭଉଣୀ

1 min
264


ଭାଇ ଭଉଣୀ ମାନେ ମନେ ହରଷ ହୋଇ 

ଖେଳନ୍ତି ବେନି ଏ ନାନା ଖେଳ ଖୁସି ହୋଇ ।

ତୃପ୍ତି ଶୀହରଣ ସୃଷ୍ଟି ହୁଏ କେତେ ଭାବ 

ଉନ୍ମାଦନା ମାଦକତା ବୋଳା ପ୍ରୀତି ସ୍ରୋତ ।

ସ୍ନେହ ଆଦର ରେ ଭାଇ ଭଉଣୀ ଙ୍କ ଖେଳ 

ହସ କଉତୁକ ରସ ହାବ ଭାବ ସୁମଞ୍ଜୁଳ ।

ଘେନି ଅନୁରାଗେ ପୁଲକିତ ପ୍ରାଣ ମନ

କରାନ୍ତି ଉଭୟେ ଜନ ମନ କୁ ରଞ୍ଜନ ।

ଅଭିନବ ଢ଼ଙ୍ଗ ରସ ଖେଳ କୁତୁହଳ 

ହାସ, ଭାସ ସୁମ।ଧୁରୀ ନବ କଉଶଳ ।

ରୋମାଞ୍ଚ ସଞ୍ଚାର ହୋଇଥାଏ ଆନ ଚିତ୍ତେ

ଶୈଶବ ର ସୁମଧୁର ଛନ୍ଦେ ନୃତ୍ୟ ଗୀତେ ।

ଆକର୍ଷି ନେଇ ଉଭୟ ପ୍ରତ୍ୟେକ ପରାଣେ

ପ୍ରୀତି ଓ ଆବେଗ ମଧୂମୟୀ ଗୁଞ୍ଜରଣେ ।


Rate this content
Log in

Similar oriya poem from Abstract