STORYMIRROR

BULU BEHERA

Action Inspirational Others

4  

BULU BEHERA

Action Inspirational Others

ସାବିତ୍ରୀ ଅମାବାସ୍ୟା

ସାବିତ୍ରୀ ଅମାବାସ୍ୟା

1 min
362

ଯିଏ ନିଜ ସ୍ୱାମୀର ଦୁଃଖରେ ଦୁଃଖୀ ଆଉ

ସ୍ୱାମୀର ସୁଖରେ ସୁଖୀ ଥିଲେ

ଯିଏ ପୁରାଣର ଦଶ ଜଣ ସତୀ ନାରୀ

ମଧ୍ୟରେ ଅନ୍ୟତମ ଥିଲେ l

ନିଜ ସ୍ୱାମୀଙ୍କୁ ଦେବତା ସମ ମାନି

ଯିଏ ପତିବ୍ରତା ନାରୀ ହୋଇଥିଲେ

ନିଜ ସ୍ୱାମୀର ଜୀବନ ଯିଏ ଯମ ପାଖରୁ

ଛଡାଇ ଆଣି ବଞ୍ଚାଇ ପାରିଥିଲେ

ସେ ନାରୀ ଆଜି ଧନ୍ୟା

ଧନ୍ୟ ତାଙ୍କର ପତିବ୍ରତା

ଆଉ  ସତୀତ୍ୱ ଓ ପବିତ୍ରତା l

ସେ ଆଜି ଯୁଗ ଯୁଗକୁ ଦିଗଦର୍ଶନ ଦେଖାଇ

ଅମରତ୍ୱର ଗାଥା ଓ ପୌରାଣିକ କଥା ସବୁ

ରହିଛି ଏବଂ ରହିଥିବ  ମଧ୍ୟ l

ସେ ହେଉଛନ୍ତି ରାଜ କୁମାରୀ 

ସତୀ ନାରୀ ସାବିତ୍ରୀ l

ଆମର ଐତିହ୍ୟ ଓ ପରମ୍ପରାକୁ

ମନେ ରଖିବା ପାଇଁ

ନିଜ ହାତର ଶଙ୍ଖା ଓ ସିନ୍ଦୁରକୁ

ବଜ୍ର କରିବା ପାଇଁ

ସବୁ ବିବାହିତ ସ୍ତ୍ରୀ ମାନେ ଏକଜୁଟ ହୋଇ

ଜ୍ୟୋଷ୍ଠ ମାସରେ ପଡୁଥିବା

ଯେଉଁ ପବିତ୍ର ଅମାବାସ୍ୟାକୁ

ଅତି ଭକ୍ତି ସହକାରେ 

ନବ ବେଶ ଧାରଣ କରି

ନବ ବଧୂମାନେ ନୁଆଁ ଯୋଗାଡ଼ ଆଣି

ନିଘା ଓ ନିଷ୍ଠାର ସହ ଉପବାସ କରି

ସ୍ୱାମୀଙ୍କ ଦୀର୍ଘାୟୁ କାମନା କରନ୍ତି

ସେହି ପବିତ୍ର ଦିନଟି ହେଉଛି

ସାବିତ୍ରୀ  ଅମାବାସ୍ୟା l



Rate this content
Log in

Similar oriya poem from Action