STORYMIRROR

Akshayakumar Dash

Action Inspirational Children

4  

Akshayakumar Dash

Action Inspirational Children

ଜାତୀୟ ପତାକା

ଜାତୀୟ ପତାକା

1 min
298


ଆକାଶ ଅନା

ତ୍ରିରଙ୍ଗା କନା

ପତାକା ଫରଫର,

ଭାରତ ସାରା

ସରାଗ ଧାରା

ଉଡଇ ଘରଘର।


ଶ୍ୟାମଳ କ୍ଷେତ

ରୁପରେ ନେତ

କିଣିଛି ଜନମନ,

 କମଳା ରଙ୍ଗ

ଧବଳ ଅଙ୍ଗ

ଜିଣିଛି ଧନଜନ।


ସୁଯଳା ଧାରା

ସୁଫଳା ସାରା

ସାଗର ତରଭର,

ସରଳ ଧୀର

ଭାରତ ବୀର

ବିଟିସ ଥରହର।


ଜାତୀୟ ଗାନା

 ଉଡେଇ ବାନା

ଚାଲିବା ଗାଇଗାଇ,

ସମାନ ଗତି

ପ୍ରଶାନ୍ତ ମତି

 ଚଳିବା ଭାଇଭାଇ।


ପଡଇ ମନେ

ସୁବାସ ଜଣେ

ରକତ ମାଗିମାଗି,

ଲଢ଼ିଲେ ଯାଇଁ

ସ୍ୱାଧୀନ ପାଇଁ

ଉଠିଲୁ ଜାଗିଜାଗି।


ଜାତିର ପିତା

ଗାନ୍ଧିଜୀ ନେତା

ଅହିଂସା ଗାଇଗାଇ,

ଆମର ଦେଶ

 ଏଠାରୁ ଖସ

ଶାସନ ନାହିଁନାହିଁ।


ସଂଗ୍ରାମୀ ମାନେ

ଜୀବନ ଦାନେ

ରହିଲୁ ହସିଖୁସି,

ଆମରି ନାବେ

ନାଉରୀ ଆମେ

ସପନ ରାଶିରାଶି।


ବିଜ୍ଞାନ ବଳ

କ୍ଷେତକୁ ଜଳ

ଗଢିଲା ବାଟଘାଟ,

ପଢ଼ାଇ ପାଠ

ଚାଲିବା ବାଟ

ଫିଟିଛି ହାଟବାଟ।


କରିବା ସେବା

ଶପଥ ନେବା

ବିପଦେ ଧାଇଁଯାଇଁ,

ସୈନିକ ଆମେ

କୃଷକ କାମେ

 ଖଟିବା ଦେଶପାଇଁ।


 ଦେଶର ଧନ

 ହିତରେ ଜନ

କଲ୍ୟାଣ ପାଇଁଦେଇ,

ରାମ ରାଇଜ

ଆମ ଗରଜ

ମିଶିବା ସାହିଭାଇ।


ସେବକ ଭାର

ବାଛିବା ସାର

ସଚୋଟ କାରବାର,

ଲୋକଙ୍କ ହିତ

ସେ'ଯଦି, ମିତ

ଆମ ଚଉକିଦାର।


ଅଙ୍କିବା ଛବି

ପୂରୁବ ରବି

ଉଷାର ସଜବାଜ,

ନୂଆ ଢଙ୍ଗରେ

ନୂଆ ରଙ୍ଗରେ

ଗଢିବା ରାମରାଜ୍ୟ।



రచనకు రేటింగ్ ఇవ్వండి
లాగిన్

More oriya poem from Akshayakumar Dash

Similar oriya poem from Action