STORYMIRROR

Chittaranjan Nanda

Tragedy Action Others

4  

Chittaranjan Nanda

Tragedy Action Others

ନାରୀ, ଅଛି ମୋର ସ୍ବାଭିମାନ

ନାରୀ, ଅଛି ମୋର ସ୍ବାଭିମାନ

1 min
344


ଝିଅଟିଏ ମୁଁ

ହେବି କାହାର ଭଉଣୀ,

କାହାର ସ୍ତ୍ରୀ,

କାହାର ପ୍ରେମିକା,

କାହାର ମାଆ,

କାହାର ବାନ୍ଧବୀ,

ମନରେ ମୋର

ଶତ ସିଂହର ସାହାସ ଓ ବଳ |


ପ୍ରଜାପତି ପରି ମୋର ମନ 

ଅସୁମାରୀ ସ୍ବପ୍ନକୁ ରଙ୍ଗେଇ  

ରଙ୍ଗିନ୍ ଦୁନିଆରେ ଉଡୁଥାଏ ମନ

ଦେଖୁଥାଏ ସ୍ବପ୍ନକୁ ବାସ୍ତବତାରେ ଆଣିବାକୁ 

ନିଃସ୍ବାର୍ଥପରତାରେ

ଭରିଥାଏ ସଭିଙ୍କ ହୃଦୟରେ ସାତ ରଂଗ 

ପ୍ରେମ ଶାନ୍ତି ଓ ମମତାର |


ଝିଅଟିଏ ମୁଁ

ଜରାୟୁରେ ଯେବେ ଥାଏ

ଆଲୋକ, ପବନ, ମାଟି ଖୋଜୁଥାଏ

ମୋତେ ପୃଥିବୀକୁ ଆସିବାକୁ ମନା

ସେ ଭ୍ରୁଣକୁ ତୁମେ ନଷ୍ଟ କରିଦିଅ,

ମୋ ପାଇଁ ମହଙ୍ଗା, କିନ୍ତୁ କାହିଁକି ???


କୁହ ମୋତେ

ନାରୀ ନାରାୟଣୀ

ମହାଶକ୍ତି ମୁକ୍ତି 

ଦେବୀ ଦୁର୍ଗା କାଳୀ ଚଣ୍ଡି

ସୀତା ସାବିତ୍ରୀ

ସର୍ବ ଭୂତେସୁ ମାତୃ ରୁପେଣ ସଂସ୍ଥିତା 

ମୋର ଭୂମିକା ବିସ୍ତାରିତା,

ଘୃଣା କରୁଛ ଝିଅଟିଏ ଜନ୍ମ ଦେବା ପାଇଁ

ଭୟ ଯୌତୁକ ଦେବା ପାଇଁ

ନାରୀ ହୋଇ ସମର୍ଥନ ଦିଅ

ଗର୍ଭ ପାତ କରିବା ପାଇଁ


ନାରୀ ମୁଁ

ଆଜି ଆକାଶେ ଉଡୁଛି

ପାଣିରେ ବୁଡୁଛି

ଯୁଦ୍ଧରେ ଲଢ଼ୁଛି

ଡାକ୍ତର ହୋଇ ରୋଗୀ ଦେଖୁଛି

ଶିକ୍ଷୟିତ୍ରୀ ହୋଇ ବିଦ୍ୟା ଦାନ କରୁଛି

ଶାସନ କ୍ଷେତ୍ରରେ ସର୍ବୋଚ୍ଚ ଆସନରେ ବସିଛି 

ପ୍ରଗତିର ପ୍ରତି କ୍ଷେତ୍ରରେ

ମୁଁ ନାରୀ,

ଆଜି ବିଜୟର ବାର୍ତ୍ତା ଦେଇ ଚାଲିଛି


ପୁଅ ଜନମର ମୋହ

କାହିଁକି ମନ ଭିତରେ,

ଝିଅ ବି ମୁହଁରେ ଦେବ ନିଆଁ

କୋଳରେ ନ ଥିଲେ ପୁଅ,

ଦୂରେ ଥିଲେ ଝିଅ 

ଆସିବ ପାଖକୁ

ପୋଛିବ ଆଖିର ଲୁହ |


ପ୍ରତି ମୂହୁର୍ତ୍ତରେ ସହି

ପୁରୁଷର କାପୁରୁଷତା 

ସ୍ବାର୍ଥପରତା ବିଷର ଜ୍ବାଳାକୁ

ପାରୁ ନାହିଁ ସାମନା କରି

ମୁଁ ନାରୀ 

ମୋର ସ୍ବାଭିମାନ ମନ ପ୍ରାଣ 

ଆଜି କାନ୍ଦି ଉଠେ ପ୍ରତି ମୂହୁର୍ତ୍ତରେ

ପିଇଯାଏ ଲହୁକୁ 

କେବେ ମୋ ଦିନ କଟିବ ସୁଖରେ 

ରହିଛି ଅପେକ୍ଷାରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy