STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଆସିଛି ଭାଦ୍ରବ ଭାବ ରଖିବାକୁ ଆଦ୍ର

ଆସିଛି ଭାଦ୍ରବ ଭାବ ରଖିବାକୁ ଆଦ୍ର

1 min
283

  


ଧରାକୁ ଓହ୍ଲାଇ ଆସିଥିଲା ଧାରା ଶ୍ରାବଣ

ଢ଼ାଳି ଦେଇ ଗଲା ସେ ଅସରା ଅସରା ବର୍ଷା

ଜନ ଜୀବନକୁ କରିବା ଲାଗି ପରିତ୍ରାଣ,

ଏବେ ଭାଦ୍ରବ କଲାଣି ପଦାର୍ପଣ

ହୃଦୟରୁ ତାକୁ କରିବା ସବୁ ସ୍ବାଗତ

ବସୁଧାର ଦୁଃଖ କ୍ଲେଶ କରିବ ନିବାରଣ।


କେଦାରେ କେଦାରେ ହସି ଉଠୁ ସବୁଜିମା

ସାରା ପ୍ରକୃତରେ ଭରିଯାଉ ସୁଷମା,

ପଲ୍ଲବିତ ହେଉ ସବୁଜ ସୁନ୍ଦର ଫସଲ

ଚାଷି ମନ ଆନନ୍ଦରେ ନାଚୁ ପ୍ରକାଶି ମହିମା।


ଭାଦ୍ରବ କରୁ ସବୁରି ହୃଦୟକୁ ଆଦ୍ର

ଭାବ ବିନିମୟେ ସଂସାରକୁ କରି ମଧୁମୟ,

ଜୀବନ ଚକ୍ରର ଋତୁ ବଦଳି ଯାଉ

ଶରୀର ମନ ସମସ୍ତଙ୍କର ରହୁ ସୁସ୍ଥ ନିରାମୟ।


ପ୍ରାଣ ପୁଲକିତେ ଭରି ଯାଉ କୋମଳତା

ଭାବର ଆଦ୍ରତାରେ ସଂପର୍କ ରହୁ ଦୃଢ଼,

ବିକାଶର ଧାରାରେ ବିକଶି ଉଠୁ ପ୍ରତିଭା

ବୃକ୍ଷ ଡ଼ାଳେ ଡ଼ାଳେ ଯେହ୍ନେ ଫୁଟଇ ଫୁଲ କଢ଼।


ଶ୍ରାବଣ ଗଲା ତାର କାର୍ଯ୍ୟ କରି ସମ୍ପାଦନ

ଆସିଛି ଭାଦ୍ରବ ଅବ୍ୟାହତ ରଖିବାକୁ ସୃଷ୍ଟିର ଧାରା,

ଆକାଶରେ କମିଯାନ୍ତି ଭସା ଭସା ମେଘମାଳା

କେବେ ବର୍ଷା ତ କେବେ ହୁଏ ଟାଣ ଖରା।


ଶରତର ପହିଲି ଆଗମନରେ ହୁଏ ନିରିମଳ

ଜଗତରୁ ଆବିଳତାର ଯେତେ ଆବର୍ଜନା,

ଏକ ଶୁଭ ମୁହୂର୍ତ୍ତର ଶୁଭ ମନାସି ଆସେ

ପରିପୂର୍ଣ୍ଣ କରିବାକୁ ଆଶାର ସବୁ ସମ୍ଭାବନା।


ସମୟ ଚାଲିଛି ତା' ବାଟେ ଏକ ଲୟେ

ସଚେତନ କରାଇ କହେ ରୁହ ସାଧନ ରତ,

ଆଜି ଯା' ଅଛି କାଲିକୁ ବଦଳି ଯିବ

ଥିଲେ ନିଜ କର୍ମରେ ତତ୍ପର ସ୍ବପ୍ନ ହେବ ସତ।


ଆସିଛି ଭାଦ୍ରବ ଭାବ ରଖିବାକୁ ଆଦ୍ର ହୃଦୟର

ସଭିଏଁ ଏଠି ନିଜର କେହି ନୁହଁନ୍ତି ପର,

ଅନ୍ତରରୁ ଭଲ ପାଇବା ଦେଲେ ଅଜାଡ଼ି

ସାତ ପରର ଲୋକ ବି ହୋଇ ଯାଏ ନିଜର।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action