STORYMIRROR

SUJATA DAS

Action

4  

SUJATA DAS

Action

ସମ୍ପର୍କ

ସମ୍ପର୍କ

1 min
336

ପ୍ରୀତି କୁସୁମର

   ପାଖୁଡ଼ାରେ ସଜା

     ହୃଦୟର କୁଞ୍ଜବନ,

ସେଇ କୁଞ୍ଜବନେ

   ପ୍ରୀତିର ରାଗିଣୀ

     ପୁଲକିତ ହୁଏ ମନ l


ପ୍ରାଣ ପକ୍ଷୀ ଖୋଜେ

   ହୃଦୟ ସ୍ପନ୍ଦନ

      ହୃଦ ଖୋଜେ ପ୍ରିୟତମା,

ଭାବ ସାମ୍ରାଜ୍ୟର

   ଅମୁଲ୍ୟ ନିଧି ସେ

     ନିୟତିର ସରଞ୍ଚନା l


ଆଗମନେ ତାର

   କୁସୁମିତ ହୁଏ

     ମୋ ହୃଦ ଚନ୍ଦନବନ,

ଜୋଛନା ବରଷେ

    ଶୀତଳ ମଧୁର

      ବାସ୍ନାୟିତ ଦେହ ମନ l


ପୁଲକରେ ଭରେ

    ଦେହ ମନ ପ୍ରାଣ

       ଅଜଣା ସେ ଶିହରଣ,

ତା ମିଠା ପରଶେ

   ଫୁଟେ ପାରିଜାତ

      ଅନୁରାଗେ ପ୍ରତିକ୍ଷଣ l


ଯେବେଠୁଁ ପ୍ରିୟାର

  ପ୍ରଣୟେ ବନ୍ଦିନୀ

     ମୋ ହୃଦୟ ପ୍ରଜାପତି,

ତା ଭାବରେ ମଗ୍ନ

   ମୋ ଜୀବନ ସତ୍ତା

     ଜଳେ ସାରସ୍ୱତ ଜ୍ୟୋତି l


ନୟନ ଯୁଗଳ

   ସପନେ ବିଭୋର

     ତା ସ୍ମୃତି ଫଳକେ ଭିଜି,

ସ୍ବର୍ଗୀୟ ସମ୍ପର୍କ

   ତା ସାଥେ ମୋହର

     ବିହୀ ତ ଦେଇଛି ଖଞ୍ଜି l



Rate this content
Log in

Similar oriya poem from Action