STORYMIRROR

Basanti Pattnaik

Action Inspirational Children

4  

Basanti Pattnaik

Action Inspirational Children

ଭାରତ ମାତାର ପ୍ରକୃତ ହିରୋ

ଭାରତ ମାତାର ପ୍ରକୃତ ହିରୋ

1 min
261

   ଜୟ ହିନ୍ଦ୍ ଜୟ ହିନ୍ଦ୍ ଜୟ ହିନ୍ଦ୍

     ଜୟ ହିନ୍ଦ୍ ଜୟ ହିନ୍ଦ୍ ଜୟ ହିନ୍ଦ୍

    ଆମେ.... ସ୍ବାଧିନ ଭାରତ ଯାତ୍ରୀ

       ଆମେ ନବ କୀରଣ ର ଯାତ୍ରୀ

    ଭୟ କଣ ଜାଣିନାହୁ

       ଆସୁ ଯେତେ ଅମା ରାତ୍ରି

   ଜେଲ୍ ଲାଠିକି ନ ଡରି ହସି

        ପ୍ରାଣ ଦେଇଥିଲେ ଭାରତ ବାସୀ

    ଗାନ୍ଧୀଙ୍କ ସ୍ବରରେ ସବୁ ତ ତେଜିଲେ

        ଐକ ଭାବରେ ହୁଁ କାର ଦେଲେ

    ରଣ ହୁଁ କାର ରେ ମେଦିନି କମ୍ପିଲା

         ଇଂରେଜୀ ମାନଙ୍କ ଭାଳେଣୀ ପଡ଼ିଲା

    ଓଡ଼ିଶା ମାଟି ମୋ ପଛରେ ନଥିଲା

        ଆଦିବାସୀ ପୁଅ ମେଳି ତ କରିଲା

     ଗଳି କନ୍ଦିରେ ଗୁଳି ତ ଫୁଟିଲା

         ନିରୀହ ଜୀବନ କେତେ ଯେ ଗଲା

     ଭାରତ ମାଟିରେ ରକ୍ତ ବହିଲା

         ମୋ ମାଟି ମା ଲୁହରେ ଭିଜିଲା

      ଲୋମ ଟାଙ୍କୁର ଅତ୍ୟାଚାରରେ

          କେତେ ପୁତ୍ର ତ ଫାଶୀ ପାଇଲେ

      ସ୍ବାଧୀନତା ଲଢେ଼ଇ ବର୍ବର ଥିଲା

           କେତେ ନରନାରୀ ଜୀବନ ଦେଲା

       ସଂଗ୍ରାମୀ ପୁତ୍ରର ସଂଗ୍ରାମ କରି

         ଇଂରେଜୀ ଲାଠିକୁ ମୋଟେ ନ ଡରି

        ପ୍ରକୃତ ହିରୋ ତ ସଂଗ୍ରାମୀ ପୁତ୍ର

          ଆମ ହାତକୁ ଦେଇଛି ସ୍ବାଧିନ ଦେଶ


         ଆମ ସୀମାନ୍ତରେ ଜଗୁଆଳି ଆମରି ହିରୋ

            ସୁରକ୍ଷା ଦ‌ଉଛି ରାତିଦିନ 

         ଖରାତରାରେ ଖଟୁଛି କୃଷକ ଭାଇ

           ଶସ୍ୟଶ୍ୟାମଳାପୂର୍ଣ୍ଣ ଧରଣୀ ହୁଅଇ

         ଶହୀଦ ବୀର ଙ୍କୁ ଶତ ସଲାମ

          ଜୟ ଜବାନୋ ଜୟ କିଶାନୋ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action