ନୂଆଖାଇ
ନୂଆଖାଇ
ନାଚିବା ପୁଣି ଗାଇବା ପୁଣି
ଆମେ ଏକାଠି ହୋଇ
ବରଷେ ପରେ ଆସିଛି ପରା
ପରବ ନୂଆଖାଇ ।
ସାମାଜିକ ଓ କୃଷିଭିତ୍ତିକ
ପରବ ପରା ଏହି
ଭାଦ୍ରବମାସ ଶୁକ୍ଳପକ୍ଷରେ
ପଞ୍ଚମୀରେ ପଡ଼ଇ ।
ସ୍ତ୍ରୀଲୋକ ଓ ବାଳିକାମାନେ
ଘର ଦୁଆର ଧୋଇ
ନୂଆଖାଇରେ ଝୋଟିରେ ଘର
ଦେଇଥା'ନ୍ତି ସଜେଇ ।
ବର୍ଷର ନୂଆ ଚୂଡ଼ା ଓ ଧାନ
ମାଆଙ୍କୁ ଭୋଗ ଲଗେଇ
ନୂଆ ଅନ୍ନକୁ ଖାଆନ୍ତି ବୋଲି
ନାମ ଯେ ନୂଆଖାଇ ।
ନୂଆ ପୋଷାକ ପିନ୍ଧି ପିଲାଏ
ବୁଲି ପଡ଼ିଶା ଘର
ଗୁରୁଜନଙ୍କୁ ହୁଅନ୍ତି ପରା
ନୂଆଖାଇ ଜୁହାର ।
ବସୁମତୀଙ୍କୁ ନୂଆଖାଇରେ
କୃତଜ୍ଞତା ଜଣାଉ
ପ୍ରାର୍ଥନା କରୁ ସଂସାରୁ ଅନ୍ନ
ଅଭାବ ଦୂର ହେଉ ।
ନିଜ ନିଜର ଭିତରେ ଥିବା
ହିଂସା ଭାବ ଦୂରେଇ
ଘୁମୁରା ନାଚ ସଂକୀର୍ତ୍ତନରେ
ଦେଉ ନିଜକୁ ହଜେଇ ।
ଅତି ନିକଟେ ଗଜାନନଙ୍କ
ପୂଜା ଆସୁଛି ଭାଇ
ଗଣେଶ ପୂଜା ପରଦିନହିଁ
ପାଳିବା ନୂଆଖାଇ ।
