STORYMIRROR

Menaka Mishra

Action Classics Inspirational

4  

Menaka Mishra

Action Classics Inspirational

ସ୍ବାଧୀନତା

ସ୍ବାଧୀନତା

1 min
251

ଶତ ଶତ ବର୍ଷ ପରାଧୀନ

   ରହି କାନ୍ଦୁଥିଲା ଦେଶମାତା

ଆମେ ତା ସନ୍ତାନ ଚିରଦୁଃଖି

   ରହି ହେଉଥିଲୁ ସନ୍ତାପିତା ।


ସ୍ବାଧୀନତା ପାଇଁ କେତେ ଯେ ଲଢେଇ

      ଲାଗି ରହିଥିଲା ଦେଶେ

ତଥାପି ମା'ର ଦୁଃଖତ ନଗଲା 

     ଥିଲା ସେ ଦୁଃଖିନୀ ବେଶେ।


ମା'ର ଦୁଃଖକୁ ଏଡ଼ାଇବା ପାଇଁ

     କେତେ ଦେଲେ ପ୍ରାଣବଳି

କେତେତ ଯାତନା କେତେତ ଲାଞ୍ଛନା

   ସହିଲେ ଏକକୁ ଆରେକ ବଳି ।


ଅବତାର ଜଣେ ଜନ୍ମିଲେ ଭାରତେ

       ସାରା ଜଗତରେ ଖ୍ୟାତ 

ମୋହନଦାସ ନାମତ ତାଙ୍କର

     ଗାନ୍ଧୀ ନାମେ ପରିଚିତ ।


ଦେଶ ସ୍ବାଧୀନତା ପାଇଁ ସେ

     ଲଢିଲେ ଅହିଂସା ମନ୍ତ୍ର ଦେଇ

 କ୍ଷଣିକରେ ଜାଗି ଉଠିଲେ ସର୍ବେ

     ସେହି ମହାମନ୍ତ୍ର ନେଇ ।


ହିମାଳୟ ଠାରୁ କୁମାରୀକା ଯାଏ 

       ସେ ମହାମନ୍ତ୍ର ଘୋଷେ

ବ୍ରିଟିଶ ଶାସନ ଟଳମଳ ହେଲା

     ଚାହିଁଲା ଆମକୁ ରୋଷେ ।


କେତେ କଷ୍ଟ ସହି ଲଢିଲେ 

     ସଭିଏଁ ସ୍ବାଧୀନ ଆଣିବା ପାଇଁ 

ଉଣେଇଶ ସତଚାଳିଶ ଅଗଷ୍ଟ ପନ୍ଦର

       ଆସି ପହଞ୍ଚିଲା ଭାଇ ।


ସ୍ବାଧୀନ ହୋଇଲା ଏ ଭାରତ ଭୂଇଁ 

       ପରାଧୀନତାକୁ ଛାଡି

ଖୁସିରେ ସଭିଏଁ ନାଚିତ ଉଠିଲେ

    ହେଲେ କେତେ ଗଡାଗଡି ।


ଗାନ୍ଧୀ ଚାଲିଗଲେ ଏ ଦେଶକୁ ଛାଡି

         ଝୁରିଲା ସାରା ଜଗତ

ଭାରତମାତା ର ଉଜ୍ଜ୍ବଳ ସନ୍ତାନ

      ଛାଡି ଚାଲିଗଲେ ମର୍ତ୍ତ୍ୟ ।


ଧିରେ ଧିରେ ଆମେ ଭୂଲିଲୁତ,

    ସବୁ ଦେଶ ସାଶନକୁ ନେଇ

 ଭାରତ ମାଆର ସୁଯୋଗ୍ୟ ସନ୍ତାନ

       ପାଳିଲେ ଭାରତ ଭୂଇଁ ।


ଚାହୁଁ ଚାହୁଁ ଗଲା ପଞ୍ଚସ୍ତରୀ ବର୍ଷ

       ସ୍ବାଧୀନତା ପ୍ରାପ୍ତି ପରେ

କେତେ ଭଲମନ୍ଦ ବିତିତ ଗଲାଣି

      ଏ ଦେଶର ମାଟି ଉପରେ ।


ସାର୍ବଭୌମ ଗଣତନ୍ତ୍ର ବୋଲି 

      ବିଶ୍ବରେ ଏହା ବିଖ୍ଯାତ

ଦେଶର ସୁଯୋଗ୍ୟ ସନ୍ତାନ ଆମେ

       ରଖିବା ଏହାର ମହତ୍ତ୍ଵ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action