Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Menaka Mishra

Classics Others

4.5  

Menaka Mishra

Classics Others

ମା'ର ଆଗମନୀ

ମା'ର ଆଗମନୀ

1 min
356


ଆସିଲା ଅଶିଣମାସ ଧରାଧାମକୁ ଓହ୍ଲେଇ

ସାଙ୍ଗରେ ଆଣିଛି କେତେ ସରସତା ସେହି ।


କାଶତଣ୍ଡି ହସୁଛି ନଈ ଧାରେ ଧାରେ

ଆସିବେ ଦୁର୍ଗାମାଆ ଏଇ ଧରା ପରେ ।


ସେଥିପାଇଁ ସଜାଉଛି ଧରଣୀ ନିଜକୁ

ସବୁଜ ଓଢ଼ଣୀ ସୋହେ ଧରଣୀର ବୁକୁ ।


ଗଙ୍ଗଶିଉଳିର ହାର ପକାଇଛି ଗଳେ

ଅପରାଜିତା ମନ୍ଦାର ଝୁଲୁଛନ୍ତି ଡାଳେ ।


ଆସିବେ ମହିଷ ମର୍ଦ୍ଦିନୀ ଧରଣୀକୁ ଏବେ

ସାଜଲୋ ଧରଣୀ ରାଣୀ ଏବେ ନାନା ରଙ୍ଗେ ।


ତୁତ ପ୍ରକୃତି ଅଟୁ, ତୋ କଥା ନିଆରା

ମଣିଷ ପଶୁପକ୍ଷୀ ସାଜୁଛନ୍ତି ପରା ।


ଦିନରାତି ଲାଗିଛନ୍ତି କାରିଗର ଭାଇ

ଦେବୀଙ୍କ ମୂରତି ଏବେ ଗଢିବାର ପାଇଁ ।


ଷୋହଳଦିନ ପୂଜା ଲାଗିବ ମାଆର

ଷଷ୍ଠୀ ରୁ ଆରମ୍ଭ ହେବ ମୂର୍ତ୍ତିପୂଜା ତାର ।


ନାନା ଅଳଙ୍କାର ଆଉ ପଟ୍ଟବସ୍ତ୍ର ପିନ୍ଧି

କି ସୁନ୍ଦର ଦିଶୁଅଛି ମାଁଙ୍କ ମୂରତି ।


ସୁନ୍ଦର ସୁନ୍ଦର ମେଢ଼ ସବୁ ମଣ୍ଡପରେ

ତୋରଣରେ ସାଜସଜ୍ଜା ଜନମନ ହରେ ।


ଦୋକାନ ବଜାର ଆଜି ହୋଇଛି ସଜ୍ଜିତ

ସମସ୍ତଙ୍କ ମନ ଆଜି ହୁଏ ପୁଲକିତ ।


ଆଶୀଷ ଢାଳଲୋ ମାଆ ଏ ଦୀନଜନରେ 

ତୋପଦେ ପ୍ରଣତି ଢାଳି ସୁଖେ ଦିନ ଯାଉରେ ।


Rate this content
Log in

Similar oriya poem from Classics