STORYMIRROR

Menaka Mishra

Classics Inspirational

4  

Menaka Mishra

Classics Inspirational

ଚକା ଆଖି

ଚକା ଆଖି

1 min
27


ଚକା ଚକା ଆଖିମେଲି ରହିଅଛ ଚାହିଁ

ତଥାପି କାହିଁକି ଦୁଃଖ ହେ ଜଗତ ସାଇଁ।


ତୁମରି ସନ୍ତାନ ଆଜି ଜଳୁଛି ଦୁଃଖରେ

ଶାନ୍ତିର କରୁଣା ବାରି ସିଞ୍ଚ ତାହା ଉପରେ।


ମଣିଷ ହେଇଛି ଯଦି ଆଜି ନର ରାକ୍ଷସ

ତୁମର ନୁହେଁ କି ଦୋଷ ହେ ପରମ ପୁରୁଷ।


ତୁମେତ କରିଛ ସୃଷ୍ଟି ଦେବ ଆଉ ଦାନବେ

ମଣିଷ ମରୁଛି ଆଜି ଦାନବର କରମେ।


ଦାନବଙ୍କୁ ଧ୍ବଂସକର ଯୁଗ ଯୁଗ ପାଇଁ 

ଦାନବୁ ଦେବତା କର ମଣିଷକୁ ତୁହି ।


ତୁମେ ପରା ନାଶକର ଅନୀତି ଅନ୍ଯାୟ

ଆଣ ତମେ ଶାନ୍ତି ପ୍ରଭୁ ଆହେ ଭାବମୟ।


ଜଗତର ହିତ ପାଇଁ କରୁ ସେ ଚିନ୍ତା

 ଏତିକି ସଦବୁଦ୍ଧି ଦିଅ ହେ ବିଶ୍ବ ନିୟନ୍ତା


ବ୍ରହ୍ମାଣ୍ଡରେ ଖେଳିଯାଉ ସଦବୁଦ୍ଧିର ଭାବ

ହିଂସା ଓ ଦ୍ୱେଷେ କେହି ନୋହୁଁ ପରାଭବ


ଶାନ୍ତି ଓ ମୈତ୍ରୀର ଭାବ ଜଗତରେ ଖେଳୁ

ଏହି ବାଞ୍ଛା ତୁମଠାରେ ଭକ୍ତ କଳ୍ପ ତରୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics