STORYMIRROR

Menaka Mishra

Action

3  

Menaka Mishra

Action

ବରଷା ରାଣୀ

ବରଷା ରାଣୀ

1 min
174


ବସୁଧା ସଖୀ ତତେ ବସିଛି ଚାହିଁ

ବରଷା ରାଣୀ, ତୁହି ଆସିବା ପାଇଁ।


ଘୋର ନିଦାଘର ଯାତନା ସହି

ତୋ ସାଙ୍ଗେ ବରଷା ଲୋ ମିଶିବା ପାଇଁ।


ଲାଗିବ ଯେବେ ତୋର ଶୀତଳ ଛୁଆଁ

ଧରଣୀ ଉଲ୍ଲସିବ, ବାରିଦ ଆହା।


ବଣ ପାହାଡ, ପ୍ରାନ୍ତ, କେଦାର ମାଳେ

ହାତରେ ହାତ ଛନ୍ଦି ନାଚିବ ତାଳେ।


ଶୁଷ୍କ ନଦନଦୀ ସରସୀ ମାଳ

ଜଳ ପ୍ଳାବନେ ଆଜି ହୋଇବେ ମେଳ।


ବାଳକେ ଭସାଇବେ କାଗଜ ଡଙ୍ଗା 

କିଶୋର କିଶୋରୀଙ୍କ ମନଟି ରଙ୍ଗା।


ତାସ୍ ଲୁଡୁ ଖେଳ ଚାଲିବ କେତେ

ମା' ଦଉଥିବେ ପକୁଡ଼ି,ବରା ଆଣିକି ହାତେ।


ବୟସ୍କ ଲୋକଙ୍କର ଚାହିଦା ଚାହିଁ

ସେବା କରିବେ ପୁଅ ବୋହୁଙ୍କୁ ନେଇ।


ଚାଷୀ ଖଟିବେ କ୍ଷେତେ ଆମରି ପାଇଁ

ଆମର କି ତାଙ୍କ ପାଇଁ କର୍ତ୍ତବ୍ୟ ନାହିଁ ?


ବାନ୍ଧିବା ଦୃଢ ବନ୍ଧ ନଈ ନାଳରେ 

ଲଗାଇବା ଗଛ ରୁକ୍ଷ ପ୍ରାନ୍ତରେ।


ସବୁଜିମା ଭରିବ ଧରିତ୍ରୀ ସାରା

ବରଷା ନ ଦେଖାଇବ ପ୍ରଳୟ ପରା ।


ଖୁସୀରେ ଚାଷୀ ଭାଇ ଚଷିବ କ୍ଷେତ

ତା' ପାଇଁ ଆମେ ସବୁ ପାଇବା ଭାତ ।


ତୁମକୁ ପ୍ରାର୍ଥନା ବରଷା ରାଣୀ

ମାନବ ମଙ୍ଗଳ ପାଇଁ ବରଷ ପାଣି।


ନ ଆଣ ପ୍ରଳୟ ମା' ଧରିତ୍ରୀ ପରେ 

ଏତିକି ଅନୁରୋଧ ତୁମ ପୟରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action