STORYMIRROR

Menaka Mishra

Classics Others

3  

Menaka Mishra

Classics Others

ବକ୍ରତୁଣ୍ଡ

ବକ୍ରତୁଣ୍ଡ

1 min
212

ଜୟ ବିନାୟକ ଜୟ ଗୌରିନନ୍ଦନ 

ଜୟ ଜୟ ଗଣନାଥ ବିଘ୍ନ ବିନାଶନ ।


ସର୍ବକାର୍ଯ୍ଯେ ସୁର ନର ପୂଜନ୍ତି ତୁମ୍ଭଙ୍କୁ

କ୍ଷଣିକରେ ନାଶକର ସକଳ ବିଘ୍ନକୁ ।


ପାଶାଙ୍କୁଶ ବରାଭୟ ଚତୁର୍ଭୁଜେ ଧରି

ଭକ୍ତଜନେ ରକ୍ଷାକର ନାଶକରି ଅରି ।


ବକ୍ର ତୁଣ୍ଡ ମହାକାୟ କୋଟି ସୂର୍ଯସମ

ନିର୍ବିଘ୍ନ କରହେ ଦେବ ସର୍ବ କାର୍ଯ୍ଯେ ମମ ।


ନଜାଣଇ ପୂଜା ବିଧି ନଜାଣଇ ଧ୍ୟାନ

କିପରି କରିବି ପ୍ରଭୁ ତବ ପୂଜାର୍ଚ୍ଚନ ।


ଦୟାକରି ହୃଦୟରେ ବିରାଜିତ ହୁଅ

ସକଳ କାର୍ଯ୍ୟରେ ପ୍ରଭୁ ସାହା ହୋଇଥାଅ।


ଶିବଙ୍କ ନନ୍ଦନ ତୁମେ କାର୍ତ୍ତିକେୟ ଭ୍ରାତ

ଡାକୁଚି ଆରତେ ପ୍ରଭୁ ଖଣ୍ଡ ହେ ଦୁରିତ ।


ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମତେ

ଏତିକି ପ୍ରାର୍ଥନା ନାଥ ତୁମରି ଅଗ୍ରତେ ।


Rate this content
Log in

Similar oriya poem from Classics