Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Action

4  

SUJATA DAS

Action

ମନ କଥା

ମନ କଥା

1 min
228


ପ୍ରତୀକ୍ଷାର ତୀରେ

   ତୃଷିତ ଅନ୍ତରେ

      ହୃଦୟର ପାରାବାରେ,

ଜଳୁଥାଏ ନିତି

   ଅନ୍ତର ଦୀପାଳି

      ପ୍ରଣୟର ଜ୍ୟୋତି ଧାରେ l


ବେଦନାର ସ୍ପର୍ଶ

   କରେ ଉଦ୍ଜୀବିତ

      ବାସ୍ନାୟିତ ସ୍ମୁତିରାଜ୍ୟ,

ପ୍ରୀତି ସମ୍ମୋହନେ

   ନିମଗ୍ନ ନିଶ୍ଚଳ

      କଳ୍ପନା ଭାବ ସାମ୍ରାଜ୍ୟ l


ଭୂମିଠାରୁ ଭୂମା

  ପ୍ରଣୟ ନୀଳିମା

    ସ୍ନିଗ୍ଧ ଅନୁଭବ ଜାଗେ,

ଦଗ୍ଧଭୂତ ସ୍ମୃତି

   ଜ୍ୟୋତ୍ସ୍ନା ଭିଜା ଗୀତି

     ପ୍ରୀତିର କସ୍ତୁରୀ ରାଗେ l


ମେଘ ପଟୁଆରେ

   ଆକାଶ ବୁକୁରେ

     ଆଙ୍କେ କାହା ରୂପକାନ୍ତି,

ଦୂରେ ବହୁଦୂରେ

   ପ୍ରୀତି ଅଭିସାରେ

     ଜ୍ୱଳନ୍ତ ପ୍ରଣୟ ଜ୍ୟୋତି l


ସ୍ମୃତିକୁ ସାଉଁଟି

   ପ୍ରୀତିକୁ ଆଉଟି

     ଅନୁରାଗ ହୃଦେ ଭରି,

ବିଦଗ୍ଧ ହୃଦୟ

   ଗୋପନ କନ୍ଦରୁ

     ବ୍ୟଥା ପଡୁଥିବ ଝରି l


Rate this content
Log in

Similar oriya poem from Action