ଧୂଆଁ
ଧୂଆଁ


ଦୂରରୁ ଶୁଭୁଛି ବିଲୁଆ କୁକୁର
ବିକଳ କାନ୍ଦଣା କାନ୍ଦିବା ପରି
ଧୂଆଁ ମୟ ସ୍ଥାନେ ପଡ଼ି ରହିଅଛି
କଙ୍କାଳ ଗୁଡ଼ାଏ ସତେ ଯେପରି
ନିଦ ଭାଙ୍ଗିଗଲା ଉଠିଲା ଚମକି
ଜାଣିଲା ସପନ ଦେଖିଲା ସତେ
ଡାକ୍ତର ପାଖକୁ ଯାଇ ଥିଲା ନବ
କହିଥିଲେ ତାକୁ ବୁଝାଇ କେତେ।
ନିଶ୍ୱାସନେବାକୁ କଷ୍ଟ ହେଉଅଛି
କାଶି କାଶି ଛାତି ହୁଏ ଦରଜ।
କହିଲେ ଡାକ୍ତର ସିଗାରେଟ ଛାଡ଼
ନ ହେଲେ ହୋଇବ ତୋତେ କର୍କଟ
ପ୍ରତିଦିନ ତୋର ସିଗାରେଟ ଲୋଡା
ଖଣ୍ଡେ ପରେ ଖଣ୍ଡେ ଟାଣଛୁ ବସି
ଏବେଯଦି ତୋର ହେଉଅଛି କାଶ
ସବୁ ପରୀକ୍ଷା ଯେ କରିଦେ ଆସି।
ଧୂଆଁ ଜାଳି ଦିଏ ସୁନ୍ଦର ଶରୀର
ଜାଳି ଦେବ ଯେତେ ସ୍ବପ୍ନ ତୋହାର
ଧୂଆଁ ଟାଣି ଦିନେ ହୋଇବୁ ତୁ ଶେଷ
ତୋ ସହିତ ଯିବ ତୋ ପରିବାର।
ଘର ଭିତରେ ତୁ ଧୂଆଁ ଟାଣୁ ଅଛୁ
ସେ ଧୂଆଁ ଯାଉଛି ତାଙ୍କ ନିଶ୍ୱାସେ।
ତା ସଂସ୍ପର୍ଷେ ଆସି ଘର ଲୋକତୋର
ରୋଗ ଯେ ଅନେକ ଭୋଗିବେ ଶେଷେ।
ଭୟଙ୍କର ସେଇ ସ୍ବପ୍ନର କଙ୍କାଳ
ଦିଶୁଥିଲା ତାର ଆଖିରେ ଖାଲି
ନାଚି ଯାଉଥିଲା ପିଲାଙ୍କର ମୁହଁ।
ମରି ଗଲେ ସିଏ କି ହବ କାଲି ?
ଦୁଃଖରେ ସୁଖରେ ତା ପିଲାଙ୍କ ପାଇଁ
ରୋଜଗାର ଯାହା କରୁଛି ବୋଲି
ଖାଇ ପିଇ ପିଲା ଚଳୁଛନ୍ତି ହେଲେ
ତା ବିନା ଜଳେନା ଘରର ଚୁଲି।
"ଯାହା ପଛେ ହେଉ ଆଜିଠାରୁ ମୁଁ
ଟାଣିଵିନି ଆଉ ଧୂଆଁ ପତର।
ବିଡି ସିଗାରେଟ ପକାଇ ଆସିଲି"
ଡାକ୍ତର ବାବୁଙ୍କୁ ଦେଲା ଉତ୍ତର।