STORYMIRROR

Subhalaxmi Nayak

Comedy Drama

4  

Subhalaxmi Nayak

Comedy Drama

ଧନୀରୁ ଭିକାରୀ

ଧନୀରୁ ଭିକାରୀ

1 min
242

ଆମ ଗାଁ ପିଲା ନରିଆ ସାହୁ

ଚାକିରୀ ପାଇ ହେଲା ଦାରୋଗା ବାବୁ

ସରକାରଙ୍କ ଗେହ୍ଲା ପୁଅ ହୋଇ

ଜଗି ବସିଥାଏ ଚୋର ମାନଙ୍କୁ।


ଦେଖୁ ଦେଖୁ ଦିନ କେତୋଟି ଯାଇଛି ବିତି

ନରିଆ ସାହୁର ଅମାପ ସମ୍ପତ୍ତି

କେଉଁଠୁ ଆସୁଛି କେମିତି ଆସୁଛି

ଗାଁ ବାଲାଏ ଟୁପୁରୁ ଫୁସୁରୁ ହୁଅନ୍ତି।


ଜ୍ଞାନୀ ଗୁଣୀ ଜନ ଲେଖିଲେ କଥା

ଦୂରେଇ ରହିବ ଅଧର୍ମ ବିତ୍ତ ଠୁଁ ସଦା

ନରିଆ ସାହୁ ନ ଶୁଣେ କାହା କଥା

ଲୋଭି ମଣିଷର କି ଥାଏ ବିଚାର ଶକ୍ତି?


ମଣିଷ ମାନୁନି ଏବେ ନରିଆ ହାକିମ

ମଣୁଛି ନିଜକୁ ଧରାର ଇନ୍ଦ୍ର ସମ

ଧନରେ ପୋତୁଛି ପାଟି ଯେ ଖୋଲୁଛି

ବିରୋଧୀମାନଙ୍କୁ ଲାଞ୍ଚ ଦେଇ ଚୁପ୍ କରାଉଛି।


କହନ୍ତିନି ସମୟ ବଡ଼ ବଳବାନ

ବିପରୀତ ବେଳ କାଳ ବଡ଼ ବିଷମ

ନରିଆ ବାବୁଙ୍କ ଘର ତଲାସେ 

ଦୁର୍ନୀତି ନିବାରଣ ବିଭାଗ ପଶି।


ସାହି ପଡ଼ିଶାଏ କଥା ହୁଅନ୍ତି ବସି

ପଡ଼ିଲା କି ଆଉ ଶନିଙ୍କର ତେରେଛା ଦୃଷ୍ଟି

ନରିଆ ବାବୁଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ

ଅଧର୍ମ ବିତ୍ତକୁ ସରକାର କଲେ ହଡ଼ପ।


ମୁଖ୍ୟ ସମାଚାରେ ଦିଏ ଲାଞ୍ଚୁଆ ହାକିମ

କୋଟି କୋଟି ଟଙ୍କାର ସରକାରୀ ଧନ

ଅନାୟାସରେ ସବୁ କରିଛି ହଜମ

ବନ୍ଧା ହେବ ଏବେ ଛାଡ଼ିଗଲା ସବୁ ଭେଳିକି।


ବିଚରା ନରିଆ ସାହୁ ହାଜତ ଗଲା

ନ୍ୟାୟାଳୟେ ତା'ର ଇଜ୍ଜତ ମହତ ଗଲା

ସବୁ ସତ ଯେବେ ଧରା ପଡ଼ିଲା ସେଠି

ନରିଆ ଖୋଜୁଛି ଏବେ ମୁହଁ ଲୁଚାଇବ କୋଉଠି।


ତେଣୁଟି ଶୁଣୁଥା' ମନ ଦେଇ ମୋ କଥା

ଗଲେ ଲୋଭ ବଶେ, କହିଲେ ମିଥ୍ୟା

ଧରମ ଛାଟ ନିଶ୍ଚେ ବାଜିବ,ଏ ନୁହେଁ ଅନ୍ୟଥା

କୋଟିପତିରୁ କ୍ଷଣିକେ ହୋଇବୁ ଭିକାରୀ

କେହି ନ ପଚାରିବେ ମନର ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy