STORYMIRROR

Suryakanta Kanungo

Tragedy Action Crime

3  

Suryakanta Kanungo

Tragedy Action Crime

ଦଗାଂ

ଦଗାଂ

1 min
5

କିଏସେ ମାରିଲା ପଥର? କିଏ ବା କଲା ଦଗାଂ? 
ଦି ଦିନ ହେଲା କାମ ଦାମ ନାହିଁ ,ଭୋକିଲା ପେଟଟି ନଗାଂ! 
ହଜାରେ ବର୍ଷ ର ମର୍କତ ନଗରୀ ଭାଇଚାରା ର ଏ ସହର। 
ହିନ୍ଦୁ, ମୁସଲିମ ଏକାଠି ରୁହନ୍ତି, କେହି ନୂହେଁ ଏବେ କାହାର।
ବେକରେ ନାଲିଆ ଗାମୁଛା ପକେଇ ହିନ୍ଦୁତ୍ବର ଦେଇ ଦ୍ବାହି। 
 ମିଡିଆରେ ଆସି ଭାଷଣ ମାରନ୍ତି ଭାଇରାଲ ହେବା ପାଇଁ। 
 ହିନ୍ଦୁ ମାନେ ସବୁ ଏକତ୍ରୀତ ହୁଅ ନେବୁ ଆମେ ପକା ବଦଲା
ଶାନ୍ତି, ଭାଇଚାରା କଥା ଉଠାଇଲେ ହିନ୍ଦୁଟା ହୁଏ ଦୋଗଲା। 
ପୁଲିସ ତାହାକୁଂ ଆରେଷ୍ଟ୍ କରଇ ଦଗାଂ ଭଡକାଉଚ କହି। 
 ପଥର ମାରି ଯେ ମୁଣ୍ଡ ଫଟାଈଲା ତାକୁ ତ ଦେଖନି କେହି। 
ବିଜେପି କହୁଛି ବିଜଡି ମାରିଛି କଂଗ୍ରେସ କହୁଛି ଉଭୟ। 
ବିଜେପି କୁ ଭୋଟ ଦେବାଟା ଯେ ଭୂଲ୍, ହିନ୍ଦୁ ରାଷ୍ଟ୍ରବାଦୀ ଅଥୟ। 
ବଦଳିନି ଏଠି ମହାନଦୀ ପାଣି, ବାଉନ ବଜାର ଗଳି। 
ମଣିଷ ମନଟା ବଦଳି ଯାଇଛି ଧର୍ମ ପାଇଁ ଦିଏ ବଳି। 





Rate this content
Log in

Similar oriya poem from Tragedy