STORYMIRROR

Suryakanta Kanungo

Crime Inspirational Others

4  

Suryakanta Kanungo

Crime Inspirational Others

ବଳାତ୍କାରୀ କୁ ଫାଶୀ

ବଳାତ୍କାରୀ କୁ ଫାଶୀ

1 min
11

କାନଭାସ୍ ତୁଳୀ ରେ ସେତେ ଦମ୍ଭ ନାହିଁ 
ଆକିଂବାକୁ ଏତେ କରୁଣ ଚିତ୍ର।
ଶବ୍ଦ ମାନେ ସବୁ ଲୁଚି ବୁଲୁଛନ୍ତି 
ଶୁଣିବାର ନାହିଁ ଅଭିସମ୍ପାତ।
କଲମ ମୁନ କି ବଖାଣି ପାରିବ
ଧର୍ଷୀତା ର ସେଇ ରାମ୍ପିତ ମନ।
ଆହାଃ ଆଶ୍ଵସନା ସମବେଦନା କି
ଲିଭେଇବ ସେଇ ଅଲିଭା ଚିହ୍ନ।
ଜିଅନ୍ତା ପୋଡ଼ିଲେ,ଆରୀ ରେ କାଟିଲେ
କ୍ରୁଶବିଦ୍ଧ କଲେ ସମଗ୍ର ଦେହ।
ହାଡ଼ ଚୁନା ହେଲେ ,ପାଗଳ କରେଣ୍ଟ 
ଅବା ଏସିଡ୍ ରେ ଦଳିଲେ ମୁହଁ।
ସକଳ ଯନ୍ତ୍ରଣା ଫିକା ପଡ଼ିଯାଏ
ପ୍ରତିକ୍ଷଣ ଜଳେ ପିଡୀତା ଆତ୍ମା 
ପଶୁ ଠାରୁ ହୀନ ଜଘନ୍ୟ ବର୍ବର 
ହୀନ ବଳାତ୍କାରୀ ମାନସିକତା।
ଭାରୀ ମନ ଭାବି ହାଲକା ହୁଅଇ
ଶଇତାନ୍ ଏବେ ପାଇବ ଫାଶୀ।
ଆଇନ୍ ତ ଅନ୍ଧ ,ଅର୍ଥ,ବାହୁବଳେ
ଗଳାବାଟ ଦେଇ ନ ଖସୁ ଦୋଷୀ।
ବଳାତ୍କାରୀ ଅଟେ ନୀଚ ଠାରୁ ନୀଚ
ଫାଶୀ ଦଣ୍ଡ ତାକୁ ନୂହେ଼ଁ ଯଥେଷ୍ଟ 
ହୀନ ଷଡ଼ଯନ୍ତ୍ର,ମିଛ ଦୋଷାରୋପ 
ବଳାତ୍କାର ଠାରୁ ଅଧିକ କଷ୍ଟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime