STORYMIRROR

Suryakanta Kanungo

Inspirational Others Children

4  

Suryakanta Kanungo

Inspirational Others Children

ମାଛ

ମାଛ

1 min
8

୧.ପାଣି ର ରାଜା ମୁଁ ପାଣିର ରାଣୀ,
 ବଚିଂ ପାରିବିନି ନଥିଲେ ପାାଣି। 
 ଛୋଟ ମୀନ ଠାରୁ ବଡ ତିମି ଯାଏ
 ସଂସାରେ ସବୁଠୁ ବଡ ମୁଁ ପ୍ରାଣୀ। 
୨.ନାନା ଜାତି ନାନା ପ୍ରକାର ଭେଦ
  ସଂସାର ରେ ମୁଁ ଜୀବଟି ଆଦ୍ଯ। 
  ଅନେକ ଲୋକ କଂ ଜୀବନ ଯିବିକା
  ବଗାଂଳି ଲୋକ କଂ ପ୍ରମୁଖ ଖାଦ୍ୟ। 
୩.ରେଷ୍ଟୁରାଣ୍ଟ ଅବା ଢାବା ହୋଟଲ
 ସବୁଠି ଡିମାଣ୍ଡ ମାଛର ଝାଲ। 
 ବାହାଘର ଅବା ବଣ ଭୋଜି ହେଉ
 ମୁଁ ନମିଳିଲେ ହାଲ ବେହାଲ୍। 
୪.ଜାଲ , ମୁଗୁରା କି ବନିଶୀ କଣ୍ଟା
   ଗାଁ ପୋଖରି ରେ ମୋ ଭାଗବଣ୍ଟା। 
   ତରତର ହୋଇ ଲୋଭରେ ଖାଇଲେ 
   ଲାଖିଯାଇ ପୀରେ ତଣ୍ଟି ରେ କଣ୍ଟା। 
୫.ବେକାରି ସମାସ୍ୟା ହୋଇବ ଦୂର
   ସଯତ୍ନେ କରିଲେ ଚାଷ ମୋହର
   ସରକାରଙ୍କର ଅନେକ ଯୋଜନା
    ଆନ୍ଧ୍ର ଆମଦାନୀ ବନ୍ଦ କର। 
୬.ପାଣି ରେ ଜନମ ପ୍ରାଣୀ କଂ ହିତ
   ସ୍ବାଦିଷ୍ଟ କୁ ପୁଷ୍ଟିସାର ବହୁତ। 
   ଗାଡିଆ , ନଈ କୁ ପୋତି ପକାଇଲେ
    ଖାଇବ ଲୁଣ କୁ ପଖାଳ ଭାତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational