STORYMIRROR

Suryakanta Kanungo

Children Stories Classics Children

4  

Suryakanta Kanungo

Children Stories Classics Children

ପିଲାଦିନ ଶୀତ

ପିଲାଦିନ ଶୀତ

1 min
9

ଆମ ପିଲାଦିନ ଶୀତ ଦିନ କଥା 
ଅଭୂଲା ନିଆରା ଅଳସ ସ୍ମୃତି 
ଟାଆଁସ କମ୍ବଳ ହେଁସ ଘୋଡିଶୋଉ
ଯେମିତି ବଢଇ ଶୀତଳ ରାତି।
ସାକାଳୁ ଦାନ୍ତ ରେ ଦାନ୍ତ ବାଜୁଥାଏ 
ଗାଧୁଆ ହୁଏନା ସଅଳ ନିତି।
ଅଗଣାରେ ଆମେ ସପ ପାରି ଶୋଉ
ମିଠା ଲାଗେ ଖରା କଅଁଳ ତାତି।
ବାଡି ଖଳା ପଟେ ଵେଗେଂଳା ବୁଲଇ 
ବୁଲି କୁଦା ମାରୁ ତା ଚାରିକତି।
କୁଟା ଲାଗି ଗୋଡ଼ କୁଣ୍ଢେଇ ହୁଅଇ
ବସା ନଡ଼ିଆ ତେଲ ଟା ହୁଅଇ  ସାଥି।
ବଡିଭୋରୁ ଆଇ ଧାନ ତ ଉଁଷାଏ 
ଖରାରେ ଶୁଖଇ ନଡ଼ିଆ ପାତି।
ବଡ଼ ହଣ୍ଡା ଠାରେ ଧାନ ଉଁଷା ହୁଏ 
ସାରୁ,ଆଳୁ ଆମେ ଦିଅଉ ପୋତି।
ଲୁଣ, କଞ୍ଚାଲଙ୍କା,ତେଲରେ ଚକଟି
ପଖାଳ ଖାଉ ଆମେ ନିଇତି।
ସକାଳୁ ସହଜେ ନିଦ ଭାଗେଂ ନାହିଁ
ଡାକିଲେ କହଉ ପାହିନି ରାତି।
ହାଃ କରୁ ଧୁଆଁ ପାଟିରୁ ବାହାରେ
ଷ୍ଟାଇଲ ମାରୁ ଯେମିତି ବିଡ଼ି ଫୁକଂନ୍ତି।
ହାତବୁଣା ଉଲ୍ ସିଉଟର ପିନ୍ଧି 
ଦାଣ୍ଡରେ ଖେଳଉ କିଇତି କିତି।
ସଅଳ ସଅଳ ସଂଜ ବୁଡି ଯାଏ
ପାଠ ପଢୁ ଆମେ ଜଳାଇ ବତି।
ଖାଲୁଆ ପବନ ନାକ ସୁଁ ସୁଁ
ପିଲାଦିନ ଶୀତ ବେଦନା ଅତି।
ଆଜିକାଲି ଶୀତ ଆଗଭଳି ନାହିଁ 
ଗ୍ଲୋବାଲ ଓ୍ବାରମିଂ ଥରାଏ ଛାତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍