STORYMIRROR

Suryakanta Kanungo

Children Stories Inspirational Children

4  

Suryakanta Kanungo

Children Stories Inspirational Children

ଆମ ଗାଁ ଚାଟଶାଳୀ

ଆମ ଗାଁ ଚାଟଶାଳୀ

1 min
7

ଗାଁ ଆରପାଖ କ୍ଲବଘରେ ହୁଏ ନଟ ସାର୍ କଂ ଚାହାଳି
ସଂଜ ବୁଡିଗଲେ ଟିଉସନ୍ ପାଇଁ ଲାଗଇ ସେଠି ଗହଳି।
କା ହାତେ ଲଣ୍ଠନ କା ହାତେ ଟର୍ଚ ଯାଉ ଆମେ ଚାଲିଚାଲି।
କାହା ବାପା ଭାଇ ଛାଡନ୍ତି ଯାଇକି ସାଇକେଲ ପେଲିପେଲି।
ସ୍କୁଲ ରୁ ଫେରି ଖେଳି ସାରି ଯାଉ ସଂଜରେ ପ୍ରାର୍ଥନା ବୋଲି।
ଡେରି ହେଇଗଲେ ବେତପାହାରକୁ ତା ସାଥିରେ ପୁଣି ଗାଳି।
ଦସ୍ତା ବାକ୍ସରେ ସିଲଟ ଖଡ଼ି କୁ କାଗଜ ଦୁଆତ କାଳି।
ପାଠ ନକରିଲେ ବଖାଣି ଵସଉ ବାହାନା ଭଳିକି ଭଳି।
ପକେଟ୍ ରେ ରଖି ବର ଚେର ଯାଉ ମାଡରୁ ଵଚିଂବୁ ବୋଲି।
ଭୂଲ କଲେ ବସୁ ଏକଗୋଡିଆ,ଚଉକି,ଅଣ୍ଠାଉ ରଖିକି ବାଲି।
ଯାଉଁଳି ବେତରେ ପିଠି ଫାଟିଯାଏ,ଚଟକଣା ଗାଲ ନାଲି।
ମାଡ ଡରେ ଆମେ ପାଠ ଘୋଷୁ ଆଉ ପଣିକିଆ ଦେଉ ବୋଲି।
ପାଠ ପଢା ସହ ସଂସ୍କାର ଶିଖାଏ ଆମରି ଗାଁ ଚାହାଳି
ଗୁରୁ କୁଂ ସମ୍ମାନ ମାନିଥାଉ ଆମେ ଦ୍ବିତୀୟ ଇଶ୍ଵର ଭଳି।
ଚାହାଳି କରଇ ମୁଳୁଦୁଆ ପକ୍କା, ଭବିଷ୍ୟତକୁ ସୁନେଲି।
ଜୀବନ ଯୁଦ୍ଧରେ ବିଜୟ ର ଟିକା ସାର କଂ ପାଦଧୁଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍