ବର୍ଷା ଭିଜା ପ୍ରେମ କବିତା
ବର୍ଷା ଭିଜା ପ୍ରେମ କବିତା
ଝରଝର ଏଇ ଶ୍ରାବଣୀ ରାତିକୁ ଦେଖିଲେ ମୋ ଛାତି ଥରେ*ଭରା ଶ୍ରାବଣୀକୁ ତମରି ଆଖିରେ ଯେ ଦିନୁଁ ଦେଖିଛି ଥରେ*ଅଂକ-ପଲଙ୍କରେ ବସେଇଲ ପୁଣି ହୃଦୟ ରଥରେ ଥରେ*ପ୍ରଣୟ ପଥରେ ଚାଲି ଶିଖାଇଲ ବୁଝାଇ ଦି ' ଅରଥ'ରେ* *****((((2)))***** ଆଜି ଶ୍ରାବଣର ଭରା ଏଇ ନଈ ଭାବେ ବିଭୋର ମୋ ମନ*ନଦୀର ଲହରୀ ଗଛତଳ ଛାଇ ମନେପଡେ ପିଲାଦିନ* ପଦୁଅଁ ତୁଠରେ ଆମ ଦୁହେଁ ଯେବେ ପାଦ ଦେଇଥିଲେ ଛନ୍ଦି*ଶାଶୁଘର ଚାଲି '- ଗଲ ସେ ସ୍ମୃତିକି କାନି ପଣତରେ ବାନ୍ଧି*।।

