STORYMIRROR

Suryakanta Kanungo

Inspirational Others Children

4  

Suryakanta Kanungo

Inspirational Others Children

ଆସ ଦୀପ ଜାଳିବା

ଆସ ଦୀପ ଜାଳିବା

1 min
15

ଆସ ଦୀପ ଜାଳିବା। 
ଏକତାର ଦୀପ, ପ୍ରେମର ଦୀପ। 
ସ୍ନେହ ,ସରାଗ, ଭାଇଚାରାର ଦୀପ। 
ହିଂସା, ଦ୍ବେଷ, ନଫରତ୍ ର ସଳିତା ରେ ନିଆଁ ଲଗାଇ। 
ଶାନ୍ତି, ପ୍ରଗତି, ବିଶ୍ବାସ ର ଘିଅ ଢାଳି। 
ମନରେ ଥିବା ଗର୍ବ ଅହକାଂର 
ଠୋ ଠୋ ହୋଇ ଫାଟିଯାଉ ଫୋଟକା ବାଣ ପରି। 
ସବୁ ରାଗ, ରୂଷା, ଅଭିମାନ
ଝୁରଝୁର ବାଜି ଜଳିଯାଉ ଖଇ ବାଣ, ଝରି ବାଣ ପରି। 
ସମସ୍ତଙ୍କ ଜୀବନ ଆଲୋକରେ ଖୁସିରେ ଭରିଯାଉ
ଚାରିଆଡ଼େ ଜଳୁଥିବା ଚିକମିକ ଋଂଗୀନ ତୋରଣ ଭଳି। 
ଚାରିଆଡ଼େ ଖୁସିର ଆଲୁଅ ଏତେ ଜୋରରେ ଜଳୁଯେ
ବଡବଡୁଆ କୁଂ କେବେ ଅନ୍ଧାର ରେ ଆସିବାକୁ ନପଡୁ। 
ଦୀପ ବିକୁଥିବା ଭୋକିଲା ପେଟଟିର ଦୁଃଖ ବି ଜଳିଯାଉ। 
କେହି କେବେ ନ କହୁ ଦୀପତଳ ଅନ୍ଧାର ବୋଲି। 
ବାସ ଏ ଦୀପ ଏମତି ଜଳୁଥାଉ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational