STORYMIRROR

Suryakanta Kanungo

Abstract Classics Inspirational

4  

Suryakanta Kanungo

Abstract Classics Inspirational

ସମ୍ପର୍କ

ସମ୍ପର୍କ

1 min
4

କୁଆଡେ ହଜିଚି ଆଜି ମୁଁ ଖୋଜୁଚି, ସ୍ନେହ ସମ୍ପର୍କ ର ଡୋର। ବଉଳ, ଅବଢା, ତୁଳସୀ, ମକର ନାମ କେତେ ବନ୍ଧୁତ୍ବର। 
ଦଶହରା ଅବା ଗାଁଆ ମେଳା ହେଉ, ହେଉ ଅବା ବାହାଘର। ସପ୍ତାହେ ଆଗରୁ କୁଣିଆ ଆସନ୍ତି ପୁରିଉଠେ ଘରଦ୍ବାର। 
ସାଂଗ ହୋଇ ସବୁ ଯାତ୍ରା ବୁଲିଯାଉ ନଥାଏ ଆପଣା ପର। 
ପରବ ସରିଲେ କୁଣିଆ ଫେରନ୍ତି,ଲୁହେ ଭିଜେ ଆଖି ମୋର। ଆଦର ସମ୍ମାନ, ହସଖୁସି ସବୁ ଗଣ୍ଠିରେ ବାନ୍ଧି ତାଙ୍କର। 
ଏଥର ଯାଉଛ କେବେ ଯେ ଆସିବ ପଚାରଇ ବାରମ୍ବାର। 
ବାହାଘର ସରି ଝିଅ ବିଦା ବେଳେ କାନ୍ଦଇ ଗଛ ପତର। 
କେତେଯେ ବାହୁନା, କେତେଯେ କାନ୍ଦଣା, ଚେତା ଫେରେନି  କାହାର! 
ଘରେ ଘରେ ସବୁ ପାଳନ କରନ୍ତି,  ବାର ମାସେ ପର୍ବ ତେର।
ସିରିଣି କୁ ମୁଆଁ, ପିଠା ଖାଇ ଖାଇ, ଭାତ ରୁଚେନାହିଁ ମୋର। ଯେତେ ଖୋଜିଲେ ବି ଆଉ ମିଳିବନି ହୃଦୟ ଏବେ ପଥର। 
ମଲା ଗଲା ବେଳେ ଲୁହ ବୋହୁ ନାହିଁ, ଅନଲାଇନ ବାହାଘର। 
କୁଣିଆ, ସଗାଂତ କେହି ଲୋଡୁ ନାହିଁ, ମନ ଛୋଟ ବଡ ଘର। 
ବାହାଘର ଅବା ପର୍ବ ପର୍ବାଣି ରେ ଜଷ୍ଟ ଆଟେଣ୍ଡ କର। 

ଜାଣିଛି ମୁଁ ସବୁ ମିଛରେ ଖୋଜୁଚି, ବେକାର ଏ ଲେଖା ମୋର। 
ଦେଖାଣିଆ ବନ୍ଧୁ, ମଉଳା ଆତିଥ୍ଯ, ବାସ୍ନା ନାହିଁ ସମ୍ପର୍କ ର। 



Rate this content
Log in

Similar oriya poem from Abstract