ଫୁଲ କହେ
ଫୁଲ କହେ
ଫୁଲ କହେ
କେତେ ନିଷ୍କପଟ କେତେ ଯେ ଦରଦୀ
ଅଟେ ମାଳି ର ହୃଦୟ।
ଯା ପରଶେ ଫୁଟି ମୁଁ ଲାଗିହୁଏ
ମହାପ୍ରଭୁଙ୍କ ବିଗ୍ରହ।
ଫୁଲ କହେ
ଅଳପ ଆୟୁଷ ମୋର
ଆଜି ଫୁଟି କାଲିକୁ ଝଡିଯାଏ।
ନିତି ଜନ ମନ ହରେ ଆଉ
ସୁଗନ୍ଧିତ ବାସ ଚହଟାଏ।
ଫୁଲ କହେ
କେତେ ସୁନ୍ଦର ରଙ୍ଗ ମୋର
ମନଲୋଭା ରୂପ।
ଆଜି ଯାହା ଆଖି ଝଲସାଏ
କାଲି ଦିନେ ନିଶ୍ଚେ ମଉଳିବ।
ଫୁଲ କହେ
ପ୍ରାଣ ଠାରୁ ଅଧିକ ମୁଁ ତାକୁ
ବେଶୀ ଭଲପାଏ।
ଦୂରେଥାଉ ଦେଖେ ମୋତେ
ପାଇବାକୁ ହାତ ନ ବଢାଏ।

