STORYMIRROR

Suryakanta Kanungo

Romance

4  

Suryakanta Kanungo

Romance

ତୁମ ପାଇଁ ଦି ପଦ

ତୁମ ପାଇଁ ଦି ପଦ

1 min
4

କବିତା ତ ମୋର ପଢୁଥିବ ତୁମେ ଧାଡିଏ ପଢିଲାପରେ- ପର ଧାଡି ପାଇଁ ଆଖି ବଡବଡ ଛାତି ଧଡ କରେ* ସେତେବେଳେ ତମ ଅବସ୍ଥା ଦେଖିଲେ କବିତା ମୋ ହୁଏ ଖୁସି ତମେ ପଢିଲେ ମୋ କବିତା ତୁମକୁ ଖୁସିରେ ପଢଇ ବସି****** ମୁଣ୍ଡେ ବନମାଟି ସାବୁନ୍ ଲଗେଇ ମାଆ ଧୋଇଦେଲେ ମୁଣ୍ଡ- ଚନ୍ଦନ ଚନ୍ଦନ ଚନ୍ଦର ବଦନ ନନ୍ଦନର ଶୋଭା ରୁଣ୍ଢ* ତମ ମୁଦା ଆଖି ସପନ ତଳେ ତ ସପନ ଦେବତା ବିଜେ* ଅର୍ଥ ବିଭାଗକୁ ହାତରେ ରଖିବା ପରି ମୁଖ୍ୟମନ୍ତ୍ରୀ ନିଜେ* ଆଉ କାଳେ କିଏ ଚୋରିକରି ନେବ ରୂପା ପରି ତୁମ ରୂପ* ସୁନା ପରି କେଶ ବାକିସବୁ ତୁମ ଚରଣ ତଳର ଧୂପ* ଖରା ଝାଇଁଝାଇଁ ଖଞ୍ଜଣି ପିଟିଲେ ନଈକୂଳ ବରମୂଳ* ଗୂଗୁଲୁ ନକ୍ସାରେ ଲେଖାଅଛି ଶେଷ ଠିକଣା ପଣତ ତଳ *ତମଛଡା ଆଉ କିଏ ଅଛି ମୋର କାହାକୁ କହିବି ଦୁଖ -ଦୁଖ ନିଜେ ତାର ଦୁଖ ବଖାଣୁଛି ସୁଖ କରେ ମନଦୁଖ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance