STORYMIRROR

Suryakanta Kanungo

Drama Others Children

4  

Suryakanta Kanungo

Drama Others Children

ଗାଁ ଡ୍ରାମା

ଗାଁ ଡ୍ରାମା

1 min
13

ଏଥର ଯାତରା ଖୂବ ଜମିବ ଗାଁ ଛକେ ହେବ ଡ୍ରାମା। 
ଯାତରା ବୁଲିବ ଡ୍ରାମା ବି ଦେଖିବ ଖୁସିରେ ନାଚଇ ମାମା। 
କୁଣିଆ ମଇତ୍ର ଘରକୁ ଆସନ୍ତି ଖୁସିର ନଥାଏ  ସୀମା। 
ଦି ଦିନ ଆଗରୁ ମାର୍କେଟ କୁ ଯାଇ କିଣା ହୁଏ ନୂଆ ଜାମା। 
ଗାଁ କ୍ଲବ ଘରେ ରିହଲସିଅଲ ସଂଜ ହେଲେ ଲୋକ ଜମା। 
ଅମୁଲି କରିବ ହିରୋଇନ ରୋଲ୍ ଭିଲିଆନ୍ ହେବ ଭୀମା। 
ରେକର୍ତ ତ୍ୟାନ୍ସର ଅଭ୍ୟାସ ହୁଅଇ ଗୀତ ବାଜେ ଛମା ଛମା। 
ନାଚମାଷ୍ଟ୍ରେ ନଟ ସାର୍ ଆସିଛନ୍ତି ଘର ତାଙ୍କର ରାହାମା। 
ଆଠ ଦିନ ଆଗୁ ପେଣ୍ଡାଲ ପାଇଁକି ବାଉଁଶ ହୁଅଇ ଜମା। 
ପାହନ୍ତା ପହରୁ ମାଇକ ବାଜଇ ଯୋଉଦିନ ହୁଏ ଡ୍ରାମା। 
ସଂଜ ବୁତୁବୁତୁ ସପ କି ଚାଚେଂରା ପକାଏ ନେଇ ଜେଜେମା
ଡେରି ହେଇଗଲେ ଭିତ ବଢିଯିବ ଜାଗା ମିଳିବନି ଯମା। 
ଡ୍ରାମା ଆରମ୍ଭରୁ ବାଣଟେ ଫୁଟଇ ଲାଗେକି ଫୁଟିଲା ବୋମା 
ଆକଂରିଂ କରି ଶାୟରୀ ବୋଲଇ ଆମରି ଗାଁ ଧରମା। 
କଣ୍ଠଶିଳ୍ପୀ ମାନେ ସଂଗୀତ ବୋଲନ୍ତି ଭଜନ ଆଉ ସିନେମା। 
ତାପରେ ହୁଅଇ ରେକର୍ଡ଼ ଡ୍ୟାନ୍ସ ଆଖି ଫେରେ ନାହିଁ ଯମା। 
ନାଲି ଆଲୁଅ ଟା ଜୋରରେ ଜଳେ ଆସିଲେ ଭିଲେନ ଭୀମା ସାଇଡ ଭିଲେନ ୟେସ୍ ବସ ଛଡା କିଛି କୁହେନାହିଁ ଯମା। 
କଳିହା ଶକୁନି ଝଗଡ଼ା ଲଗାଏ ନାକରେ ପିନ୍ଧି ଚଷମା। 
ହିରୋଇନ ଦୁଃଖ ଦେଖି କାନ୍ଦି ଥାନ୍ତି ଖୁଡି ବୋଉ ଜେଜେମା। ଭୋରରୁ ଭୋରରୁ ଡ୍ରାମା ସରିଯାଏ ଚାଲୁ ଉଠି ଧିମା ଧିମା। 
ମାସେ ଯାଏ ଲୋକେ ମନେ ତ ପକାନ୍ତି ଭୁଲି ପାରନ୍ତିନି ଯମା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama