STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ରାଜନୀତି

ରାଜନୀତି

2 mins
26


ରାଜାଙ୍କର ନୀତି ରାଜନୀତି 

ଯେମିତି ଜଗନ୍ନାଥ ସଂସ୍କୃତି 

ଭାଇଚାରା ମଣିଷପଣିଆ ଆଦୃତି 

ବିସ୍ମୟ ଠାକୁରଙ୍କ ଦଶଅବତାର କୃତି 

ଦୁଃଖୀର ଦୁଃଖ ହରଣ ପ୍ରଥମ ପ୍ରଗତି 

ଗାନ୍ଧିଙ୍କ ଆଦର୍ଶ ଅହିଂସା ଦ୍ୱିତୀୟ ସ୍ୱୀକୃତି 

ତୋର ମୋର ଭାବ ଛାଡ଼ି କୈବଲ୍ୟ ପ୍ରାପ୍ତି 

ଛପନକୋଟି ଅନ୍ନ ପ୍ରସାଦ କାହାକୁ କେମିତି 

ନୀଳଚକ୍ର ଦର୍ଶନେ ମୋକ୍ଷ ପ୍ରାପ୍ତି ପରି ପ୍ରଶାନ୍ତି 

କୋଇଲି ବୈକୁଣ୍ଠରେ ଯେ ଜନ କ୍ରନ୍ଦନ୍ତି 

ନୀଳାଦ୍ରିବିଜେ ଦର୍ଶନେ ତୃପ୍ତି 

ମୁକ୍ତିମଣ୍ଡପରେ ଭକ୍ତ ମୁଣ୍ଡ ନୁଆଁନ୍ତି 

ରୋହିଣୀ କୁଣ୍ଡ ଜଳ ମୁଣ୍ଡେ ଲଗାନ୍ତି 

ଅନନ୍ତ ଶୟନ ଦୃଶ୍ୟ ନିତି ଜପନ୍ତି 

ଏହି ପରି କେତେ ନୀତି କାନ୍ତି ହିଁ ରାଜନୀତି 

ନହେଲେ ଦାସିଆ ବାଉରୀ ହାତୁ ନଡିଆ 

ସାଲବେଗଙ୍କପାଇଁ ରଥ ଅଟକି ଡାକେ ବଡ଼ବଡ଼ୁଆ 

ବନ୍ଧୁ ମହାନ୍ତି ହାତେ ଥାଳି ଟେକିଦେଇ 

ଦ୍ରୌପଦୀଙ୍କୁ ଏତେ ବସ୍ତ୍ର ଆଣି ଦେଲ କିଏ କିମ୍ପାଇଁ 

ଏସବୁ ତ ଭିତିରି କଥା ରାଜନୀତି ପଂକ୍ତି 

ଦେଖି ଶିଖି ରାଜନେତା ପାଳନ୍ତି ସଂହତି 

ଜଗନ୍ନାଥ କୋଉ କଥା ବାକି ରଖିଛନ୍ତି 

ମାଣିକ ମୀରା ରାଧା କେ କେତେ ଖୋଜନ୍ତି 

ଭୀମଭୋଇ ଅନ୍ଧାହୋଇ କେମିତି ଲେଖନ୍ତି 

ସବୁରି ମୂଳେ ରାଜନୀତି 

କେହୁ ବା ଜାଣିବ କେମିତି 

ପ୍ରିୟା ପ୍ରୀତି କରି ରାଜନୀତିରେ 

ଜଗନ୍ନାଥ ଜୟଦେବଙ୍କ ଗୀତଗୋବିନ୍ଦରେ 

ଦେହି ପଦ ପଲ୍ଲଵ ମୁଦାରଂ ଲେଖନ୍ତି 

ଏସବୁ ଶିଖି ରାଜନୀତି ଶିଖିଯିବ 

ଭାଇଚାରା ମଣିଷପଣିଆ ଭାବ ପ୍ରେମ ଭକ୍ତି


ରାଜାଙ୍କର ନୀତି ରାଜନୀତି 

ଯେମିତି ଜଗନ୍ନାଥ ସଂସ୍କୃତି 

ଭାଇଚାରା ମଣିଷପଣିଆ ଆଦୃତି 

ବିସ୍ମୟ ଠାକୁରଙ୍କ ଦଶଅବତାର କୃତି 

ଦୁଃଖୀର ଦୁଃଖ ହରଣ ପ୍ରଥମ ପ୍ରଗତି 

ଗାନ୍ଧିଙ୍କ ଆଦର୍ଶ ଅହିଂସା ଦ୍ୱିତୀୟ ସ୍ୱୀକୃତି 

ତୋର ମୋର ଭାବ ଛାଡ଼ି କୈବଲ୍ୟ ପ୍ରାପ୍ତି 

ଛପନକୋଟି ଅନ୍ନ ପ୍ରସାଦ କାହାକୁ କେମିତି 

ନୀଳଚକ୍ର ଦର୍ଶନେ ମୋକ୍ଷ ପ୍ରାପ୍ତି ପରି ପ୍ରଶାନ୍ତି 

କୋଇଲି ବୈକୁଣ୍ଠରେ ଯେ ଜନ କ୍ରନ୍ଦନ୍ତି 

ନୀଳାଦ୍ରିବିଜେ ଦର୍ଶନେ ତୃପ୍ତି 

ମୁକ୍ତିମଣ୍ଡପରେ ଭକ୍ତ ମୁଣ୍ଡ ନୁଆଁନ୍ତି 

ରୋହିଣୀ କୁଣ୍ଡ ଜଳ ମୁଣ୍ଡେ ଲଗାନ୍ତି 

ଅନନ୍ତ ଶୟନ ଦୃଶ୍ୟ ନିତି ଜପନ୍ତି 

ଏହି ପରି କେତେ ନୀତି କାନ୍ତି ହିଁ ରାଜନୀତି 

ନହେଲେ ଦାସିଆ ବାଉରୀ ହାତୁ ନଡିଆ 

ସାଲବେଗଙ୍କପାଇଁ ରଥ ଅଟକି ଡାକେ ବଡ଼ବଡ଼ୁଆ 

ବନ୍ଧୁ ମହାନ୍ତି ହାତେ ଥାଳି ଟେକିଦେଇ 

ଦ୍ରୌପଦୀଙ୍କୁ ଏତେ ବସ୍ତ୍ର ଆଣି ଦେଲ କିଏ କିମ୍ପାଇଁ 

ଏସବୁ ତ ଭିତିରି କଥା ରାଜନୀତି ପଂକ୍ତି 

ଦେଖି ଶିଖି ରାଜନେତା ପାଳନ୍ତି ସଂହତି 

ଜଗନ୍ନାଥ କୋଉ କଥା ବାକି ରଖିଛନ୍ତି 

ମାଣିକ ମୀରା ରାଧା କେ କେତେ ଖୋଜନ୍ତି 

ଭୀମଭୋଇ ଅନ୍ଧାହୋଇ କେମିତି ଲେଖନ୍ତି 

ସବୁରି ମୂଳେ ରାଜନୀତି 

କେହୁ ବା ଜାଣିବ କେମିତି 

ପ୍ରିୟା ପ୍ରୀତି କରି ରାଜନୀତିରେ 

ଜଗନ୍ନାଥ ଜୟଦେବଙ୍କ ଗୀତଗୋବିନ୍ଦରେ 

ଦେହି ପଦ ପଲ୍ଲଵ ମୁଦାରଂ ଲେଖନ୍ତି 

ଏସବୁ ଶିଖି ରାଜନୀତି ଶିଖିଯିବ 

ଭାଇଚାରା ମଣିଷପଣିଆ ଭାବ ପ୍ରେମ ଭକ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract