STORYMIRROR

Bidyadhar Mantry

Drama Others

4  

Bidyadhar Mantry

Drama Others

ସୁଖ ଦୁଃଖ ଅତୀତ କ୍ରମଶଃ

ସୁଖ ଦୁଃଖ ଅତୀତ କ୍ରମଶଃ

2 mins
338


ବନ୍ଦ କୋଠରୀ ଭିତରେ

ଦେହ ମନ ଥିଲେ ବିଶ୍ରାମ-ରତ

ଆଖିକୁ ନିଦ ବି ଆସୁଥିଲା

କବାଟରେ କାହାର କରାଘାତ,ଠକ୍ ଠକ୍

ସ୍ବାଗତ ଜଣାଇବା ଉଦ୍ଦେଶ୍ୟେ ହେଲି ଆଗଭର

ଆଗନ୍ତୁକ ଅଜଣା ପ୍ରତ୍ୟୟ

କିଛି ପୁଛିବା ପୂର୍ବରୁ ଆଗନ୍ତୁକ ରଖିଲେ ବକ୍ତବ୍ୟ

ତୁମର ଅତୀତ , ସାଥୀରେ ଦୁଇ ସହଚର

ସୁଖ ଦୁଃଖ କହିବାକୁ ନିଜ ନିଜ କଥା

ବହୁଦିନ ବିତିଲାଣି ହୋଇନି ସାକ୍ଷାତ

ଦୁହିଁଙ୍କ ଲାଳସା କିଛି କହିବାକୁ,ତୁମ କଥା ତୁମକୁ


ସ୍ବାଗତ ଜଣାଇ ହେଲା ଆମନ୍ତ୍ରଣ 

ଘର ଭିତରେ ଅତୀତ ସହ ସୁଖ ଓ ଦୁଃଖ

ଆଲୋଚନା ଆଗକୁ ବଢ଼ିଲା

ଶ୍ରୋତାର ଆସନ ନିହାତି ନିଜସ୍ଵ


ସୁଖ ଜଣାଇଲା ନିଜ ବକ୍ତବ୍ୟ ଆଳରେ

ଯଦି ମୁଁ ଖରାପ ନୁହେଁ, ତୁମେ କଣ ସେ ନୁହଁ

ଯାହାର ଶାନ୍ତ ସ୍ୱଭାବ ସମ୍ମାନର ଯୋଗ୍ୟ ଥିଲା

ଯାହାର ମିଠା କଥା ମନ ମୋହି ଥିଲା

ଯିଏ ସଭିଙ୍କର ପ୍ରିୟପାତ୍ର ଥିଲା

ଯିଏ ସମସ୍ତଙ୍କ କଥା ଶୁଣି କାମ କରିଥିଲା

ଯିଏ କାହାକୁ କିଛି ପ୍ରଶ୍ନ ପଚାରୁ ନ ଥିଲା

ଯିଏ ନିଜର ଖୁସି ପାଇଁ ଚିନ୍ତିତ ନ ଥିଲା

ଯିଏ ଅନ୍ୟର ଖୁସିରେ ଖୁସି ହେଉ ଥିଲା

ସୁଖ ଥିଲା କିନ୍ତୁ ନ ଥିଲା ସମର୍ଥନ

ସୁଖ ସାଥିରେ ନ ଥିଲା କହିବା ଅର୍ଥ ଠିକ୍ ନୁହେଁ

ସ୍ମରଣ କର ସେଇ ପୁରୁଣା ଦିନ!

ସୁଖ କୁ ପାଖରୁ ଦେଖି ମୁହଁରେ ଫୁଟିଥିଲା ହସ

ସାଙ୍ଗ ମେଳରେ ମୁହୂର୍ତ୍ତ ଗୁଡ଼ିକ ଵିତିଥିଲା କେମିତି!

କିଛି ବି ହେଉ ନ ଥିଲା ଜାଣି ,ସମୟ କିପରି!

ସୁଖ ସବୁବେଳେ ବାଣ୍ଟି ପାରିନାହିଁ ଖୁସି

କିନ୍ତୁ ଅଲଗା ହୋଇ ଯାଇନି ଦୂରେଇ

ଖୁସି ପାଇଁ ଜୀବନ ଠାରୁ ନ ଯାଅ ଦୂରେଇ

ସୁଖ ଚାହେଁ,ଖୁସି ମନରେ ଆଗକୁ ହୁଅ ଅଗ୍ରସର


ସବୁ ଶୁଣି ଦୁଃଖ ବ୍ୟକ୍ତ କଲା ନିଜର ଭାବନା

ସୁଖଭାଇ ସବୁ ଦେଇଛି ସଫେଇ

ତଥାପି ଦୁଃଖ ର ଅଛି ନିଜ ପରିଚୟ

ଦୁଃଖର ବି ରହିଛି ଶୃଙ୍ଖଳିତ ନୀତି

ତୁମ ପାଖେ ପାଖେ ଥିଲି ସବୁବେଳେ

ତୁମ ଗଳିକନ୍ଦି ରେ ନିତି ବୁଲୁଥିଲା ଦୁଃଖ

ସୁଖପରି ତୁମ ମୁଖରେ ଦେଇ ନାହିଁ ହସ

କୌଣସି ସମାରୋହରେ ନ ଥିଲି ସାଥିରେ

ଦୁଃଖ ଯୋଗୁଁ ଲଭିଲ ଅନେକ ଯନ୍ତ୍ରଣା 

ତୁମ ହୃଦୟ ଭିତରେ ଜଳୁଥିଲା କ୍ରୋଧର ବହ୍ନି

ଦୁଃଖ ପାଇଁ ଜାଣି ପାରିଲ ଜୀବନର ଅସ୍ତିତ୍ବ 

ଏହି ତଥ୍ୟ ପାଥେୟ ସହିତ ହୁଅ ଅଗ୍ରସର

ନିଷ୍ଠା ଓ ବିଶ୍ୱାସ ସହିତ ନିଜ କର୍ମ କ୍ଷେତ୍ରେ


ଶେଷ ବକ୍ତବ୍ୟ ଅତୀତ ମୁଖରୁ

ଅତୀତ ରହିଛି ସଭିଙ୍କ ଜୀବନେ

ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଜନ ମାନସରେ

ଅତୀତର ମଲ୍ୟାଙ୍କନ ହୁଏ କେଉଁ ଉପାୟରେ

ନିର୍ଭର କରୁଛି ଚିନ୍ତା ଚେତନାରେ

ସତେ ଯେପରି ଅତୀତ ରହିଛି ଅନ୍ଧାର ଗୁମ୍ଫାରେ!

ତଥାପି ଖୋଲା ଯାଉ ପୁରୁଣା ଡାଇରୀ ବା ପୁସ୍ତକ

ବୁଝିହେବ ହସୁଛି ନା କାନ୍ଦୁଛି ଅତୀତ !

କିନ୍ତୁ ଅତୀତ ହିଁ ସ୍ମୃତି,ଏହା ସତ୍ୟ

ସେହି ସ୍ମୃତି ବି ତୁମର ରହିଛି ,ରହିବ!


ସରିଲା ବକ୍ତବ୍ୟ

ବିଦାୟ ନେବାକୁ ଚାହିଁଲେ ସଭିଏଁ 

ଏକ ବିନମ୍ର ନିବେଦନ କଲି ଅତୀତକୁ

ସୁବିଧା ଦେଖି ଆସନ୍ତୁ ମଝିରେ ମଝିରେ

ପୁରୁଣା ସ୍ମୃତି ଉଜ୍ଜୀବିତ ହେଉ ଅତୀତ କୃପା ରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama