Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ବାସନ୍ତୀକ ଦେବୀ ପୂଜା

ବାସନ୍ତୀକ ଦେବୀ ପୂଜା

2 mins
9



ଚୈତ୍ର ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ 

ବାସନ୍ତୀକ ଦେବୀ ପୂଜା ଅନୁଷ୍ଠିତ

ଏ ସମୟେ ବସନ୍ତ ଋତୁର ମନୋରମ ଦୃଶ୍ୟ 

ସହ ପର୍ବ ହର୍ଷ ଉଲ୍ଲାସେ ପାଳିତ ।


ଶୈଳପୁତ୍ରୀ ବ୍ରହ୍ମଚାରିଣୀ ଚନ୍ଦ୍ରଘଣ୍ଟା କୁଷ୍ମାଣ୍ଡ

ସ୍କନ୍ଦମାତା କାତ୍ୟାୟନୀ କାଳରାତ୍ରୀ 

ମହାଗୌରୀ ସିଦ୍ଧି ଦାତ୍ରୀ ରୁପେ ପୂଜା ମଣ୍ଡପରେ

ପୂଜା ଆରାଧନା ବିଧାନ ସଂପ୍ରତ୍ତି ।


ଉମା କାତ୍ୟାୟନୀ ଗୌରୀ କାଳୀ ହୈମବତୀଶ୍ୱରୀ

ଶିବା ଭବାନୀ ରୁଦ୍ରାଣୀ ଓ ସର୍ବାଣୀ

ସର୍ବ ମଙ୍ଗଳା ଅପର୍ଣ୍ଣା ପାର୍ବତୀ ଦୁର୍ଗା ମୃଡାନୀ

ଚଣ୍ଡିକା-ମ୍ବିକା ଭାବେ ପରିଚିତ ପୁଣି ।


କାଳ ଅକାଳ ସବୁବେଳ, ମା ଅମ୍ବିକାଙ୍କ କୃପା

ଜଗତ କଲ୍ୟାଣ ନିମନ୍ତେ ରହିଛି

ଭକ୍ତି ଭାବ ଥାଇ ହୃଦେ ଧ୍ୟାନ କଲେ ନିରନ୍ତର

ଦୁଃଖ କଷ୍ଟ ପାପ ଦୂର ହେଉଅଛି ।


ଅକାଳରେ ଶ୍ରୀରାମ ଅକାଳରେ ସିତା ମାତା

ମା ଦୁର୍ଗାଙ୍କ କରିଥିଲେ ଆରାଧନା

ରାବଣ ନିଧନ ପାଇଁ ଆଶିଷ କରିଲେ ପ୍ରଦାନ

ଦେବୀଙ୍କ ନାମରେ ଉଡୁଅଛି ବାନା ।


ସୃଷ୍ଟି ପ୍ରାରମ୍ଭରୁ ଆଦ୍ୟାଶକ୍ତି ଯୋଗମାୟା ଦୁର୍ଗା

ମହାମାୟୀ ମହାଶକ୍ତି ବ୍ରହ୍ମଶକ୍ତି

ଦୁର୍ଗତିନାଶିନୀ ଜଗତ ଜନନୀ ଦେବୀ ଦୁର୍ଗା

ଦେବୀ,ଆଦି ଓ ଅନ୍ତ,ପାଳନକର୍ତ୍ତ୍ରୀ ।


ସୃଜନ କାଳେ ମହାସରସ୍ଵତି ପାଳନ ବେଳେ

ମହାଲକ୍ଷ୍ମୀ, ବିନାଶ ରେ ମହାକାଳୀ

ସମସ୍ତ ନାରୀ ଜାତିର ହିଁ ଅନ୍ତର୍ନିହିତ ଶକ୍ତି

ଅଷ୍ଟାଦଶ ଭୁଜା ମହାମାୟା କାଳୀ ।


ଦ୍ଵାପରରେ ଦେବୀ ଦୁର୍ଗା ହିଁ ଯୋଗ ଶକ୍ତି ବଳରେ

ଦେବକୀ ଙ୍କ ସପ୍ତମ ଗର୍ଭ ହରଣ

ରୋହିଣୀ ଗର୍ଭରେ ରଖି କଂସ ନିଧନର ରାସ୍ତା

ଯୋଜନା ଭିତ୍ତିରେ ହୋଇଲା ଭିଆଣ ।


ତ୍ରେତୟା ରେ ସିତା ମାତା ଆରାଧନା ଶୁଣି ଦୁର୍ଗା

ପୁଷ୍ପ ଧନୁ ତହୁଁ କରିଲେ ପ୍ରଦାନ

ସେହି ପୁଷ୍ପ ଧନୁ ସାହାଯ୍ୟରେ ଶ୍ରୀରାମ ବିଜୟୀ

ପ୍ରତାପୀ ରାବଣ ହୋଇଲା ନିଧନ ।


ଅନନ୍ତ ଶକ୍ତି ସ୍ୱରୁପିଣୀ,ମଙ୍ଗଳ ଦାୟିନୀ ମା

ଜଗତ ଓ ଦେବୀ ଦେବତା ନିମନ୍ତେ 

ମଧୁ କୈଠଭ, ମହିଷାସୁର,ଶୁମ୍ଭ ନିଶୁମ୍ଭ ର 

ପ୍ରାଣ ନାଶ କରିଥିଲେ ନିଜ ହାତେ ।


ପୂଜା ମଣ୍ଡପରେ ସେହି ମହିଷାସୁର ମର୍ଦ୍ଦିନୀ 

ବିଜେ କରୁଛନ୍ତି ପ୍ରତି ପାର୍ବଣରେ

ବହୁ ଆଡମ୍ବର ଆଉ ଭକ୍ତି ଭରା ହୃଦୟରେ 

ପର୍ବ ଉତ୍ସବ ହୁଏ ପୁର ପଲ୍ଲୀରେ। 


ଦେବୀ ଦୁର୍ଗା ମା,ପାର୍ବଣ ର ଏ ଖୁସି ମୁହୂର୍ତ୍ତରେ

ହୃଦୟ ରୁ ଭକ୍ତି ସହ ନିବେଦନ

ଦେବୀ ଆରାଧନା ନାମରେ ଏ ସମାଜର ଚିତ୍ର

ତୁମ ପାଦ ତଳେ କରୁଛୁ ଅର୍ପଣ ।


ଦେବୀ ଆରାଧନା ନାମରେ ବି ନବରାତ୍ରୀ ପୂଜା

ଦେବୀ ମା'ଙ୍କ ନବ ରୂପ କୁ ସଜାଇ

ଏକ ଖୁସିର ବାତାବରଣ ଏ ଧରା ଧାମରେ

ସବୁ ଦେଖାଣିଆ ଭକ୍ତି ଭାବ ନାହିଁ।


ନିରୀହ ପଶୁ ପକ୍ଷୀଙ୍କ ଜୀବନ ବିନିମୟରେ

ପାର୍ବଣ ଉତ୍ସବ ହେଉଛି ପାଳନ

ମଦ ମାଂସର ସମ୍ଭାର ପ୍ରାୟ ଘରେ ଓ ବାହାରେ

ନାରୀ ନିର୍ଯାତନା ପ୍ରତି ମୁହୂର୍ତ୍ତରେ।


ମାନବିକତାର ସ୍ଥାନ ନେଇଛି ପାଶବିକତା

ଏଠି ମା ଝିଅ ବୋହୂ ଅସୁରକ୍ଷିତ

ଦେବୀ ର ଅନ୍ୟ ରୂପ ନାରୀ ଆଜି ବି ପରାଧୀନ

ପ୍ରଗତି ର ଆଢ଼ୁଆଳେ ଉପେକ୍ଷିତ।


ଅଗଣିତ ରାବଣ ମହିଷାସୁର ଠୁ ଅଧିକ

ଆଜି ସମାଜର ପ୍ରତ୍ୟେକ କ୍ଷେତ୍ରରେ

ଆଉ କେଉଁ ରୂପରେ ଆସିବ ଏ ଧରା ଧାମକୁ

ଏଠି ପ୍ରଦୂଷଣ ପାଣି ପବନରେ ।


ନାରୀଙ୍କୁ ଉଲଗ୍ନ କରିଣ ଦିନ ଦ୍ବିପହରରେ

ଆମେ କେଉଁ ଦେବୀ ପୂଜା କରୁଅଛୁ

ନିର୍ଯାତନା,ବଳାକ୍ରାର ,ଦୁଷ୍କର୍ମ ପ୍ରାୟ ରହିଛି

ନାରୀ ଜାତିକୁ କିଆଁ ଦେବୀ କହୁଛୁ ।


ମା ଦୁର୍ଗା , କଳି ଯୁଗ ଅସୁର ଉତ୍ପାତ ହେଲେଣି

କୃପାକରି ମର୍ଦ୍ଦନ ହେଉ ମର୍ତ୍ତ୍ୟରେ

ଆସ ଅବତରି ମାଆ,ଜୟ ଦେବୀ ଦୁର୍ଗାଙ୍କର

ଶାନ୍ତି ପ୍ରେମ ରହୁ ଏହି ଜଗତରେ ।


କାଳ ହେଉ କି ଅକାଳ, ଦେଵୀ ଦୁର୍ଗା ହିଁ ଭରଷା

ରକ୍ଷା କର ପାପୀ ମାନଙ୍କ ଦାଉରୁ

ନାରୀ ଜାତି ର ସୁରକ୍ଷା ହେଉ ଏହି ସମାଜରେ

ଅତ୍ୟାଚାର ଲୋପ କର ପୃଥିବୀରୁ ।


ଆମ ମା,ଝିଅ,ବୋହୂ,ସ୍ତ୍ରୀ,ଦେବୀଙ୍କର ଅନୁରୂପ

ସମ୍ମାନର ସହ ରହୁ ସମାଜରେ

ଲୋଲୁପ ଦୃଷ୍ଟି କାରୀ ଙ୍କୁ ଉପଯୁକ୍ତ ଦଣ୍ଡ ହେଉ

ଦେବୀଙ୍କ ପୂଜନ ହେଉ ଘରେ ଘରେ।


Rate this content
Log in

Similar oriya poem from Drama